No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ମାହାଙ୍ଗା :- ମନ୍ତ୍ରୀ ପ୍ରତାପ ଙ୍କୁ ବଦନାମ କରିବାକୁ ବିଜେପି ଯୋଉ ମାହାଙ୍ଗାରେ ହୀନ ରାଜନୀତି କରୁଛି ତା ବିରୋଧରେ ମାହାଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ମାହାଙ୍ଗା ର ବିଭିନ୍ନ ପଂଚାୟତ ରେ ବିକ୍ଷୋଭ ଓ ପ୍ରତିବାଦ ଜୋରଦାର ହୋଇଛି,ଗୋଟେ ପଟେ ବୁଧବାର ବାରଦିନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନୃତାଙ୍ଗ ଡବଲ ମର୍ଡର ଘଟଣାର ମୃତକଙ୍କ ଦ୍ଵାଦଶାହା ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବାବେଳେ ଅନ୍ୟପଟେ ତାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଅପରାଜିତା ଷଡ଼ଙ୍ଗୀ,
ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ପ୍ରକାଶ ବେହେରା, ସାରଦା ପ୍ରଧାନଙ୍କ ହୀନ ରାଜନୀତି କୁ ବିରୋଧ କରି କୁହୁଣ୍ଡା ନାଗରିକ ମଞ୍ଚ ପକ୍ଷରରୁ କୋଠପଦା ଛକ ଠାରେ କୁଶପୁତ୍ତଳିକା ଦାହ କରାଯିବା ସହ ବିଜେପି ଦଳର ହୀନ କାର୍ଯ୍ୟ କୁ ନିନ୍ଦା କରାଯାଇଛି, ବିଜେପି ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଡବଲ ମର୍ଡର ଘଟଣାରେ ଫସାଇବା ହୀନ ଚକ୍ରାନ୍ତର କଡା ଜବାବ ଦିଆଯିବ ବୋଲି ମଞ୍ଚପକ୍ଷରୁ କୁହାଯାଇଛି,
ଶତାଧିକ ଦଳିତ ଓ ସଚେତନ ନାଗରିକ ଯୋଗଦେଇ ବିକ୍ଷୋଭରେ ସାମିଲ ହୋଇଥିଲେ 27ତାରିଖ ଘଟଣାରେ କଣ ପାଇଁ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନି ସେଥିନେଇ ରାଜରାସ୍ତା ରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି, ଏଥିରେ ହେମନ୍ତ ପ୍ରଧାନ, ଗଣେଶ ବିହାରୀ, ଲଷ୍ମୀଧର ବେହେରା, ରବୀନ୍ଦ୍ର ପୃଷ୍ଟି, ଅମୁଲ୍ୟ ପଳେଇ, ଦୀପକ ରଞ୍ଜନ ଦାସ ଜଗନ୍ନାଥ ନାୟକ ସମେତ ଶତାଧିକ ନାଗରିକ ସମିଳହୋଇଥିଲେ,
No Result
View All Result