No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହା ହେଲେ ମୃତ ଦେହ ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ! ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନା ଯେ ସବୁ ଲୋକ ଙ୍କ ନିକଟରେ ଓ ଗଜପତି ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ପାରୁନି ତାହା ପ୍ରମାଣିତ କରିଦେଉଛି !ଚାରି ବର୍ଷ ପୂର୍ବରୁ କଳା ହାଣ୍ଡିର ଦାନl ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି !
ମହାପ୍ରୟାଣ ନମିଳିବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ମେଡିକାଲରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଛି ! ସୂଚନା ପ୍ରକାରେ ନୂଆଁଗଡ଼ ଗ୍ରାମର ଉପସ୍ଥିତ ବେବ୍ରତା ବୟସ (୬୫) ଆଜି ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ ନୂଆଁଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ ! ତେବେ ସେଠାରେ ତାଙ୍କର ଶାରୀରିକ ଅବସ୍ଥା ଅଧିକ ଜଟିଳ ଥିବା ହେତୁ ଡାକ୍ତର ତାଙ୍କୁ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଲାଗି ପରାମର୍ଶ ଦେଇଥିଲେ ! ତେବେ ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ! ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ନିଜ ଗ୍ରାମକୁ ନେବା ଲାଗି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଯୋଗାଇ ଦେବା ଲାଗି ନିବେଦନ କରିବାପରେ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ /ମହାପ୍ରୟାଣ ନଥିବା କହି ମନା କରିଦେବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଥିଲା ! ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଦୁଖଃ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ସ୍ଵାସ୍ଥ୍ୟ କେନ୍ଦ୍ର ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳର ସର୍ବ ସାଧାରଣରେ ଦାବି ହେଉଛି l (ରିପୋର୍ଟ -ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result