No Result
View All Result

ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ବରଗଡ଼ :- ବରଗଡ଼,ଜାତୀୟ ଯୁବ ଦିବସ ଅବସରରେ ବରଗଡ଼ ଅନ୍ନପୂର୍ଣ୍ଣା ପେଲେସ ଠାରେ ବରଗଡ଼ ଜିଲ୍ଲା ବିଜେଡ଼ି ଯୁବ – ଛାତ୍ର ଶାଖା ପକ୍ଷରୁ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ,ସା°ସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ,

ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ,ପ୍ରଭାସ ସିଂ,ପ୍ରଭାତଦିତ୍ୟ ମିଶ୍ର,ସାଧୁ ନେପାକ, ବିମ୍ବାଧର କୁଅଁର ପ୍ରମୁଖ ଯୋଗ ଦେଇ ଯୁବ ଛାତ୍ର ମାନେ ଜିଲ୍ଲା ର କୋଣେ ଅନୁକୋଣେ ପହଞ୍ଚି ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଯୋଜନା ର ସଫଳ ରୂପାୟନ କରି ଲୋକଙ୍କୁ ସାହାଯ୍ୟ କରିବାକୁ ଆହ୍ବାନ କରିଥିଲେ ।

ସେହିପରି ଛାତ୍ର ଶାଖା ର ସଭାପତି କରନ ସିକନ୍ଦର ଏବଂ ଯୁବ ଶାଖା ସଭାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ବିଧାୟକ ଡଃ ବ୍ୟମକେଶ ରାୟ,

ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତ ରାୟ, ଛାତ୍ର ଶାଖା ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ନାୟକ,ଶୁଭେନ୍ଦୁ ମଙ୍ଗରାଜ, ଦେବାଶିଷ ପରିଡ଼ା,ମିଳନ ହୋତା ପ୍ରମୁଖ ଉଦବୋଧନ ଦେଇଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result