No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୧୩ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ’ରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’କୁ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ପରିଦର୍ଶନ’ରେ ଯିବା ସହ ସେଠାକାର ନବନିର୍ମିତ ସିସି-ସିମେଣ୍ଟ କଂକ୍ରିଟ ରୋଡ଼’କୁ ଉଦଘାଟନ କରିଛନ୍ତି । ଏହି ନବନିର୍ମିତ ସିମେଣ୍ଟ କଂକ୍ରିଟ ରାସ୍ତା’ଟି ପାରଳା ବିଧାୟକ ଶ୍ରୀ ନାରାୟଣ ରାଓ , ତାଙ୍କ ବିଧାୟକ ବିକାଶ ପାଣ୍ଠି’ରୁ ଦେଇଥିବା ୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ମୁଖ୍ୟ ରାସ୍ତା ଠାରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ନିର୍ମିତ ହୋଇଛି ।
ଦୀର୍ଘ ବର୍ଷଧରି ଏହି ମାଟି ରାସ୍ତା’ଟି ଅତ୍ୟନ୍ତ ଖାଲଖମା ଓ ଛୋଟ ଛୋଟ ପଥର ବାହାରି ଦଦରା ଅବସ୍ଥାରେ ପଡି ରହିଥିଲା । ଏହି ରାସ୍ତା’ରେ ଦୀର୍ଘବର୍ଷ ଧରି ଶିଶୁ ବିଦ୍ୟା ମନ୍ଦିର’ର ଶତାଧିକ ଛାତ୍ରଛାତ୍ରୀ ବହୁ ଅସୁବିଧା ମଧ୍ୟରେ ବାଧ୍ୟ ବାଧକତା’ରେ ଯିବା-ଆସିବା କରୁଥିଲେ । ରାସ୍ତା ହୋଇଯିବା ପରେ ଛାତ୍ରଛାତ୍ରୀ ମାନଙ୍କ ଯିବା ଆସିବା ସୁରୁଖୁରୁ ହୋଇପାରିବ ବୋଲି ବିଧାୟକ ଶ୍ରୀ ରାଓ ପ୍ରକାଶ କରିଥିବା ଜଣାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଏହି ନବ ନିର୍ମିତ ରାସ୍ତା ଉଦଘାଟନ କାର୍ଯ୍ୟକ୍ରମ’ରେ ବିଜେପି ବରିଷ୍ଠ ନେତା ତଥା କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ସିଏଚ: ସୀମାଦ୍ରୀ , ନଗର ସଭାପତି ଶ୍ରୀ ଜମିଦାର ପଟନାୟକ , ବରିଷ୍ଠ ନେତା ଶ୍ରୀ ନୃସିଂହ ଚରଣ ପଟନାୟକ , ବିଜେପି ଯୁବ ନେତା ସନ୍ତୋଷ ଜେନା , ବିଜେପି’ର ବହୁ ନେତା ଓ କର୍ମୀ , ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି’ର ମହନ୍ତ ମହାରାଜ ରାମାନନ୍ଦ ଦାସଜୀ , ଶ୍ରୀ ଅନାଦି ପାଣିଗ୍ରାହୀ ଓ ବିଦ୍ୟାମନ୍ଦିର’ର ଗୁରୁଜୀ ମାନେ ଉପସ୍ଥିତ ଥିଲେ । (ପାରଳାଖେମୁଣ୍ଡି /ଗରୁଡ ଧ୍ଵଜ ଚୌଧୁରୀ)
No Result
View All Result