No Result
View All Result
ଓଡିଶା ତାଜା ନିୟୁଜ (୧୨ ଜାନୁଆରୀ ମଙ୍ଗଳବାର ) କଟକ :- କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳ ଦାସସାହି ନିକଟରେ ମଙ୍ଗଳବାର ଅପରାହ୍ନ ଗୋଟାଏ ସମୟରେ , ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ଏକ ସିମେଣ୍ଟ ପ୍ଲାଇ ବୋଝେଇ ପିକପ ଭ୍ୟାନ ।

ଭ୍ୟାନଟି କଟରୁ ଭୁବନେଶ୍ୱର ଆଡ଼କୁ ଦୃତ ଗତିରେ ଯାଉଥିବା ପିକପ ଭ୍ୟାନର ଚକା ପମ୍ପଚର ହୋଇ ଯିବାରୁ , ଗାଡ଼ି ଚାଳକ ଭାରସାମ୍ୟ ହରାଇ ବାରୁ ପିକପ ଭ୍ୟାନଟି ରାସ୍ତାର ବିମ ପଟରୁ ଯାଇ ରାସ୍ତାରଡାହାଣ ପଟ ଡିଭାଇଡ଼ରରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ ରାସ୍ତା ଉପରେ ବିଛାଡି ହୋଇ ସିମେଣ୍ଟ ପ୍ଲାଇ ପଡ଼ି ବାରୁ, କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାନବାହନ ଚଳାଚଳ କିଛି ସମୟ ବନ୍ଦ ହୋଇ ଯାଇଥିଲା ।

ଦୁର୍ଘଟଣା ର ଖବର ପାଇ ଜାତୀୟ ରାଜପଥ ଫୁଲନଖରା ଟ୍ରାଫିକ ଥାନାର ଏସ୍ ଆଇ, ପ୍ରଫୁଲ୍ଲ କୁମାର ଦାଶ, ଏ ଏସ୍ ଆଇ ମହାପାତ୍ର, ଏସପିଓ ସିହ୍ନା ବାବୁ ,ହୋମଗାର୍ଡ଼ ସୁକଦେବ ନାୟକ ପ୍ରମୁଖ କର୍ମଚାରୀ ମାନେ ପ୍ରଥମେ ପହଞ୍ଚିଥିଲେ ।

ରାସ୍ତା ଉପରେ ବିଛାଡି ହୋଇ ପଡିଥିବା ସିମେଣ୍ଟ ପ୍ଲାଇ କୁ ରାସ୍ତାରୁ ସଫାକରି , ରାସ୍ତାରେ ଅଟକି ରହିଥିବା ଗାଡ଼ି ଗୁଡିକୁ ଚଳାଚଳ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ । ପରେପରେ ଓଲଟି ପଡ଼ିଥିବା ପିକପ ଭ୍ୟାନ କୁ ପିସିଆର ଭ୍ୟାନର କର୍ମଚାରୀ ମାନେ ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଉଠାଇ କଟକ ସଦର ପୋଲିସ ର ଜିମା ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ)
No Result
View All Result