No Result
View All Result
ଓଡିଶା ତାଜା ନିୟୁଜ ( ୧୨ ଜାନୁଆରୀ ମଙ୍ଗଳବାର ) କଟକ :- ଭାରତୀୟ ରେଳ ହେଉଛି ଆମ ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ରେଳପଥକୁ ଦେଶର ଜୀବନରେଖା କହିଲେ ଚଳେ । ଜନସାଧାରଣଙ୍କ ଗମନାଗମନ ଠାରୁ ଆରମ୍ଭ କରି ଖଣିଜ ସମ୍ପଦ, ଶିଳ୍ପ ଉତ୍ପାଦିତ ଦ୍ରବ୍ୟ, ଖାଦ୍ୟଶସ୍ୟ ଆଦି ମାଲ ପରିବହନ କ୍ଷେତ୍ରରେ ରେଳସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସହରର ଅଫିସ୍ ଦପ୍ତର ଏବଂ ବ୍ୟବସାୟୀ ପ୍ରତିଷ୍ଠାନରେ କାର୍ଯ୍ୟରତ ସ୍ୱଳ୍ପ ବେତନଭୋଗୀ ଶ୍ରମିକ କର୍ମଚାରୀଙ୍କ ପ୍ରତିଦିନ ଯାତାୟତର ଏକ ମାତ୍ର ସୁଲଭ ନିର୍ଭରଯୋଗ୍ୟ ମାଧ୍ୟମ ହେଉଛି ଭାରତୀୟ ରେଳସେବା । ଏହି ରେଳ ଉପରେ ହଜାର ହଜାର ଶ୍ରମିକ, ଦିନମଜୁରିଆ, ସଫେଇ କର୍ମଚାରୀ, ପରିଚାରିକା ଓ ଅନ୍ୟମାନେ ଯାତାୟତ ପାଇଁ ନିର୍ଭର କରିଥାନ୍ତି ।

କିନ୍ତୁ ଯେତେବେଳେ ସାରା ବିଶ୍ୱ କୋଭିଡ ମହାମାରୀ ଦ୍ୱାରା ଆକ୍ରାନ୍ତ ଏବଂ ସାଧାରଣ ମଣିଷର ଜୀବନଯାତ୍ରା ସଂପୂଣ୍ଣ ର୍ ଭାବରେ ବିପର୍ଯ୍ୟସ୍ତ ସେତେବେଳେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସରକାର ରେଳ ଭଳି ଏକ ସର୍ବବୃହତ୍ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାକୁ ଦେଶର କର୍ପୋରେଟ୍ ପୁଞ୍ଜିପତି ଶ୍ରେଣୀର ହାତକୁ ଟେକିଦେବା ପାଇଁ ସମସ୍ତ ଯୋଜନା କରିଛନ୍ତି । ଯାହାଫଳରେ ରେଳଭଡା ବ୍ୟାପକ ଭାବେ ବୃଦ୍ଧି ପାଇବା ସହିତ ଜନସାଧାରଣଙ୍କ ଉପରେ ଏହିଭଳି ଏକ ମହାମାରୀ ସମୟରେ ଏହି ଭଡା ବୃଦ୍ଧି ବୋଝ ଉପରେ ନଳିତବିଡା ସଦୃଶ ହୋଇଛି ।

ତେଣୁ ରେଳର ଘରୋଇକରଣ ଏବଂ ବର୍ଦ୍ଧିତ ରେଳଭଡା ପ୍ରତ୍ୟାହାର କରିବା ସହିତ, ପୂର୍ବଭଳି ସମସ୍ତ ଲୋକାଲ ପାସେଞ୍ଜର ରେଳ ସହ ସମସ୍ତ ରେଳ ଚଳାଚଳ ସ୍ୱାଭାବିକ କରିବା ଏବଂ ପୂର୍ବରୁ ଯାତ୍ରୀମାନଙ୍କୁ ଦିଆଯାଉଥିବା ସମସ୍ତ ରିହାତି ପ୍ରଦାନ କରିବା ପାଇଁ ଆଜି ରେଳ ଘରୋଇକରଣ ବିରୋଧି ଜନ ଅଭିଯାନ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଶାଖା ପକ୍ଷରୁ କେନ୍ଦ୍ରର ରେଳମନ୍ତ୍ରୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ବିକ୍ଷୋଭ ମାଧ୍ୟମରେ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହି ବିକ୍ଷୋଭ ସ୍ଥଳରେ ସଙ୍ଗଠନର ଜିଲ୍ଲା ଆବାହକ ବସନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସର୍ବଶ୍ରୀ ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, ରମେଶ ଦଳାଇ, ରାଜକିଶୋର ମଲ୍ଲିକ, ସିରାଜ ଅଲ୍ଲୀ, ରବିନ୍ଦ୍ରନାଥ ରାଉତ, ବିଶ୍ୱଭୂଷଣ ତ୍ରିପାଠୀ, ଜାକିର ଅଲ୍ଲୀ ଖାନ, ଅଶୋକ ବେହେରା, ଟିକା ସାମଲ, ଦିପକ ଦାସ, ପାଭେଲ ପ୍ରିୟଦର୍ଶନ, ସିଦ୍ଧାର୍ଥ ରଥ ପ୍ରମୂଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result