No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର )ବ୍ରହ୍ମପୁର :- ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆନୁଷଙ୍ଗିକ ନିର୍ମାଣ ଜନିତ ଜନକଲ୍ୟାଣ ଯୋଜନା ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଅଞ୍ଚଳ ବିକାଶ ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ କରୁଥିବା ବେଳେ ଛଣମେରି ପଞ୍ଚାୟତ ସଦରରେ ଥିବା କର୍ଜୀବନ୍ଧର ଦୂଷିତ ପରିବେଶର ଦୂରୀକରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରିଥିବା ଦୃଷ୍ଟିଗୋଚର ହୋଇନାହିଁ । ଅନ୍ୟ କ୍ରମରେ ୧୫ ବର୍ଷରୁ ଅଧିକ ସମୟ ହେବ ଚାଳିଶ ପରିବାରଙ୍କ ବାସସ୍ଥାନ ଥିବା ଚନ୍ଦ୍ରଶେଖର ସାହିକୁ ରାସ୍ତା ନଥିବା ପଞ୍ଚାୟତ ଜନପ୍ରତିନିଧିଙ୍କ ନକାରାତ୍ମକ ଚିନ୍ତାଧାରାକୁ ପ୍ରତିଫଳିତ କରୁଅଛି l ଏହି କ୍ରମରେ ଛଣମେରି ଗ୍ରାମବାସୀଙ୍କ ତରଫରୁ ବହୁବାର ପଞ୍ଚାୟତ କାର୍ଯ୍ୟଳୟ ଓ ବ୍ଲକ୍ କାର୍ଯ୍ୟାଳୟରେ ଦାବି ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଛଣମେରି ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ କର୍ଜୀବନ୍ଧ ପୁନରୁଦ୍ଧାର କରି ସରକାରଙ୍କ ଆଦର୍ଶ ପୋଖରୀ ନିର୍ମାଣ ଓ ଶୋଉନ୍ଧର୍ଯ୍ୟକରଣ ଯୋଜନାରେ ସାମିଲ କରାଇବା ଏବଂ ଚନ୍ଦ୍ରଶେଖର ସାହିକୁ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗିକରଣ ପାଇଁ ଉଦ୍ଧିଷ୍ଟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସାନଖେମୁଣ୍ଡି ବିଡ଼ିଓଙ୍କ ଠାରେ ଲିଖିତ ଦାବୀ ରଖିଛନ୍ତି । ଆଜି ଅପରାହ୍ନରେ ଛଣମେରି ଗ୍ରାମ ଯୁବ ସଂଗଠକ ଶ୍ରୀ ଜିଣ୍ଟୁ ସାହୁ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ କାର୍ଯ୍ୟଳୟ ପ୍ରକୋଷ୍ଠରେ ଉଭୟ କାର୍ଜୀବନ୍ଧ ଓ ଚନ୍ଦ୍ରଶେଖର ସାହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପୃଥକ୍ ଲିଖିତ ଦାବି ପ୍ରଦାନ୍ କରିଛନ୍ତି । ବିଡ଼ିଓ ଶ୍ରୀ ନାୟକ ଦାବୀ ସମ୍ବଳିତ ପତ୍ର ଗ୍ରହଣ କରିବା ସହ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ନିଜ ପ୍ରତିକ୍ରିୟା ରଖିଛନ୍ତି । (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result