ରାଜଧାନୀ କଲେଜ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ଭୁବନେଶ୍ୱର ଅଭିମନ୍ୟୁ  :- ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ରାଜଧାନୀ କଲେଜ ଗସ୍ତ , ପ୍ରଥମ ପର୍ଯ୍ୟାୟରେ କେବଳ UG, PG ର ଶେଷ ବର୍ଷର କ୍ଲାସ ଖୋଲିବା ପାଇଁ ନିଷ୍ପତ୍ତି ନେଲୁ । online ରେ କିଛି କୋର୍ସ ସରିଥିବା ପିଲା କହିଲେ । ମାର୍ଚ୍ଚ16ରେ 5th ସେମିଷ୍ଟର ପରୀକ୍ଷା ହେବ ସେଥିଲାଗି ଶିକ୍ଷାଦାନ ସହ ରିଭିଜନ କରାଯାଉଛି । ସମସ୍ତ କୋଭିଡ ନିୟମ ମାନି ପାଠ ପଢ଼ାଯାଉଛି । ଆଜି ଭୁବନେଶ୍ୱରର ରାଜଧାନୀ କଲେଜ ପରିଦର୍ଶନ କରି ଏହା କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମହୋଦୟ ରାଜଧାନୀ କଲେଜ ପରିଦର୍ଶନ କରି ପରିଷ୍କାର ପରିଚ୍ଛନତା, ସାନିଟାଇଜ ବ୍ୟବସ୍ଥା, ପାଠ ପଢା ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ l କଲେଜ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ମହୋଦୟ ପାଠ ପଢା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କଥା ପଚାରି ଥିଲେ l ସର୍ବଦା ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ ମହୋଦୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l କଲେଜ ସୁଚାରୁରୂପେ ଚାଲିଥିବା ମନ୍ତ୍ରୀ ମହୋଦୟ ମତ ଦେଇଥିଲେ l ରାଜଧାନୀ କଲେଜ ପରିଦର୍ଶନରେ ଆସିଥିଲେ l