No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତର ବାଲିଶିଂସା ଗ୍ରାମ ର ଚାଷୀ ସୁଦାମ ସେଠୀ , ଚାଷୀ କରି ନିଜର ଖଳାରେ ଧାନ ଗଦା କରି ରଖିଥିଲେ । କୌଣସି କାରଣରୁ ଉକ୍ତ ଧାଗଦାରେ ନିଆଁ ଲାଗିଯିବାରୁ ଆଦାୟ ହୋଇଥିବା ସମସ୍ତ ଧାନ ପୋଡି ପାଉଁଶ ହୋଇଯାଇଥିବା ଖବର ମିଳିଛି ।

ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ସାହୁ ଓ ବାଲିଶିଂସା ର ଯୁବଗୋଷ୍ଠୀ ନିଆଁ ଲିଭାଇବା ରେ ସାହାଯ୍ୟ କରିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଓଡ଼ଗାଁ ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିଛି । ଚାଷୀ ସୁଦାମ ସେଠୀ ଦୁଃଖରେ ଭାଙ୍ଗିପଡିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result