No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) କୁକୁଡାଖଣ୍ଡି :-ବୁଧବାର ବାଚସ୍ପତି କୁକୁଡାଖଣ୍ଡି ବ୍ଲକରେ ଗ୍ରସ୍ତ ଯୋଗ ଦାନ ଉପସ୍ଥିତ ଭତ୍ତା ବଣ୍ଟନ କାଯ୍ୟକ୍ରମରେ ଚୟନ ହୋଇଥିବା ହିତାଧିକାରୀ ଉକ୍ତ ସଭାକୁ ଆସିନଥିବାରୁ ତିନୋଟି ପଞ୍ଚାୟତର ଗ୍ରାମପଞ୍ଚାୟତ ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୁକୁଡାଖଣ୍ଡି ବିଡିଓ । କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟରେ ଅବହେଳା ପାଇଁ ଦର୍ଶା ଯାଇଛି । ସୂଚନା ମୁତାବକ ଚଳିତ ସପ୍ତାହ ବୁଧୁବାର କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡ଼.ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ କିନ୍ତୁ ଲାଞ୍ଜିଆ ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ,ବଘାଲଟି ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ଦଳେଇ ଏବଂ ଅନ୍ତେଇ ପଞ୍ଚାୟତ ଅଧିକାରୀ ଗାୟତ୍ରୀ ଦାସ ହିତାଧିକାରୀ ମାନଙ୍କୁ କୌଣସି ସୂଚନା ଦେଇନଥିବା କାରଣରୁ ସେମାନେ ବ୍ଲକ କାର୍ଯ୍ୟାଳୟରୁ ଭତ୍ତା ବାବଦୀୟ ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଥିଲେ I ଯାହାକୁ ଅତି ଗୁରୁତର ସହ ନେଇ କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ସମସ୍ତ ତିନୋଟି ପଞ୍ଚାୟତର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବୋଲି ସୂଚନା ଦେଇଚନ୍ତି ବିଡ଼ିଓ I
ଏବଂ ସୁଚାରୁ ରୂପରେ କାର୍ଯ୍ୟ ତୁଲାଇ ନଥିବା କାରଣରୁ ନିୟମ ଅନୁଯାୟୀ ସମସ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିଚନ୍ତି I ଅନ୍ୟ ପକ୍ଷରୁ ହିତାଧିକାରୀ ମାନେ ସଭାକୁ ନଆସିଲେ ମଧ୍ୟ ସେମାନଙ୍କୁ ପଞ୍ଚାୟତରେ ଭତ୍ତା ପ୍ରଦାନ ଦିନ ଦିଆଯାଇପାରିଥାନ୍ତା ହିତାଧିକାରୀ କୌଣସି ପ୍ରକାରେ ସେମାନଙ୍କୁ ସୁବିଧାରୁ ବଞ୍ଚିତ ହୋଇପାରିନଥାନ୍ତେ । ମିଳିଥିବା ସୂଚନା ମୁତାବକ ଲାଞିଆ,ବାଘଲଟି,ଅନନ୍ତେଇ ପଞ୍ଚାୟତର ସମେତ ପ୍ରାୟ ପ୍ରତି ଅନ୍ୟ ପଞ୍ଚାୟତ ତରଫରୁ ୫୦ରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ନାମ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା କିନ୍ତୁ ସେଠାରୁ ପ୍ରତି ପଞ୍ଚାୟତରୁ ୫ରୁ୭ ଜଣ ଙ୍କୁ ହିଁ ଚିହ୍ନଟ ହୋଇଥିଲା।ସେମାନଙ୍କୁ ଚେକ୍ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଇଥାନ୍ତା । ଅନ୍ୟପଷେ ବିଜେପି ନେତା ଶ୍ରୀକାନ୍ତ ପାଢୀ ଅଭିଯୋଗ କରିଛନ୍ତି ଯେ ବାଚସ୍ପତିଙ୍କ କାଯ୍ୟକ୍ରମରେ ହିତାଧିକାରୀ ଯୋଗଦେଲେନି ବୋଲି ରାଜନୀତି ନକରାଯାଉ ଏବଂ ଯୋଗ୍ୟ ହିତାଧିକାରୀ ଯେପରି ନିଜ ହକରୁ ବଞ୍ଚିତ ନହେବେ ସେଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦିଅନ୍ତୁ । ବ୍ଲକରେ ଲାଗିରହିଥିବା ରାଜନୈତିକ ଛକାପଞ୍ଜାରେ ହିତାଧୀକାରୀ ଓ ସରକାରୀ କର୍ମଚାରୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ବୋଲି ପରକ୍ଷ ଭାବେ ବାଚସ୍ପତିଙ୍କୁ ନିଶାନ କରିଛନ୍ତି ।(ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result