ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ କାର୍ଯ୍ୟାଳୟ ରେ ପୋଲିସ ମହାନିର୍ଦ୍ଦେଶକ ଙ୍କ ସମୀକ୍ଷା ବୌଠକ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର )ବ୍ରହ୍ମପୁର  :-  ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ବ୍ରହ୍ମପୁର ଗ୍ରସ୍ତ କରି ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ କାର୍ଯ୍ୟାଳୟ ରେ ଏକ ସମୀକ୍ଷା ବୌଠକ କରିଛନ୍ତି । ଏଥି ରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଓ ଗଞ୍ଜାମ ପୋଲିସ ଜିଲ୍ଲା ର ଅପରାଧୀ ସମୀକ୍ଷା ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହ ୨ ପୋଲିସ ଜିଲ୍ଲା ରେ ନିଖୋଜ ଶିଶୁ ଙ୍କ ଉଦ୍ଧାର, ସାଇବର କ୍ରାଇମ, ପ୍ରତ୍ୟେକ ଥାନା ରେ ସିସିଟିଭି ଲଗାଯିବା ,

ଏବଂ ପାସପୋର୍ଟ ପାଇଁ ହୋଇଥିବା ଭେରିଫିକେସନ ର ନିର୍ଦ୍ଦାରିତ ସମୟ ପୂର୍ବରୁ କିପରି ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନିଆଯିବାକୁ ଆଲୋଚନା ହୋଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ସୁଚନା ଦେଇଛନ୍ତି । ଆଜିର ଏହି ପୋଲିସ ମହାନିର୍ଦ୍ଦେଶକ ଙ୍କ ସମୀକ୍ଷା ବୌଠକ ରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ସମେତ ଗଞ୍ଜାମ ଏସପି ବ୍ରଜେଶ ରାୟ ଉପସ୍ଥିତ ଥିଲେ । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )