ରିଲିଜ୍ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର )ବ୍ରହ୍ମପୁର   :- ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଲୋକାର୍ପିତ ହେଲା କିନ୍ନର ମାନଙ୍କ ଉପରେ ଆଧାରିତ ଏକ ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’ । ଈଶା ଭିଜନ୍ ବ୍ୟାନରରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ କାହାଣୀ, ପରିକଳ୍ପନା ଓ ନିର୍ଦ୍ଦେଶନା ଭାର ଈଶା ଭିଜନ୍ ମୁଖ୍ୟ ପରିଚାଳକ ଶ୍ରୀ ସନ୍ୟାସୀ ମହାରଣା ତୁଲାଇଥିବା ବେଳେ ସଂଳାପ ଓ କଳା ନିର୍ଦ୍ଦେଶନା ଭାର ସମ୍ଭାଳି ଥିଲେ ରତ୍ନାକର ଶୀୟ। ଅଭିନୟରେ ଆଗଧାଡିର ଅଭିନେତା ମଧୁସୂଦନ ମିଶ୍ର,କୃଷ୍ଣଚନ୍ଦ୍ର ପଣ୍ଡା,ଆଏଶା, ଚିନ୍ମୟ ରଞ୍ଜନ ମିଶ୍ର, ରବିନ୍ଦ୍ରନାଥ ସାହୁ, ବିକାଶ ମହାରଣା, ବାଲ୍ମୀକି ବିଷୋୟୀ ପ୍ରମୁଖ ଅଭିନୟ କରିଥିବା ବେଳେ କ୍ୟାମେରା ସମ୍ପୂର୍ଣ୍ଣ କାହାଣୀକୁ ବାନ୍ଧି ରଖିଥିଲେ ଟୁଟୁ ପ୍ରଧାନ ।

ପ୍ରଛଦପଟରେ କଣ୍ଠଦାନ କରିଛନ୍ତି ଉପସ୍ଥାପିକା ବି. ଜ୍ୟୋତିର୍ମୟୀ ପାତ୍ର।ଚଳଚ୍ଚିତ୍ରଟି ଆଙ୍କୁଶପୁର ନିକଟସ୍ଥ ମା ବୁଣିଘରା ଠାକୁରାଣୀ ମନ୍ଦିର ପରିସରରେ ରିଲିଜ୍ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ କୁକୁଡାଖଣ୍ଡି ବିଡିଓ ତଥା ସୁସାହିତ୍ୟିକ ଶ୍ରୀ ଗଦାଧର ପାତ୍ର,ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ମଦନମୋହନ ମିଶ୍ର,କୃଷ୍ଣଚନ୍ଦ୍ର ପଣ୍ଡା , ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ , ଅଭିନେତା ମଧୁସୂଦନ ମିଶ୍ର , ବାବୁଲା ମହାପାତ୍ର , ଚିନ୍ମୟ ରଞ୍ଜନ ମିଶ୍ର , ପ୍ରିତୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଇଶା ପରିବାର ମୁଖ୍ୟ ସନ୍ୟାସୀ ମହାରଣା ପରିଚାଳନା କରିଥିବା ବେଳେ ଯୁବକବି ରତ୍ନାକର ଶୀୟ ଧନ୍ୟବାଦ ଅର୍ପଣ କରିଥିଲେ । ରବିନ୍ଦ୍ରନାଥ ସାହୁ, ବିକାଶ ମହାରଣା, ସଦାନନ୍ଦ ସାହୁ,ବି.ଜ୍ୟୋତିର୍ମୟୀ ପାତ୍ର,ପୂଜାରାଣୀ ପ୍ରଧାନ,ଶିତିସ୍ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )