No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) କଟକ :- କଟକ ସଦର ବ୍ଲକ ଖଣ୍ଡେଏତା ସେବା ସମବାୟ ର ଧାନମଣ୍ଡି ଶନିବାର ଦିନ ଉଦଘାଟିତ ହୋଇଛି । କଟକ ଜିଲ୍ଲା ପରିଷଦ ୪ ନମ୍ବର ଯୋନର ସଭ୍ୟ ଜୀବନ ସାମନ୍ତରାୟ ନଡ଼ିଆ ବାଡେଇ ଧାନମଣ୍ଡିର ଶୁଭ ଉଦଘାଟନ କରିଥିଲେ । ଏହି ମଣ୍ଡିରେ ଖଣ୍ଡେଏତା ପଞ୍ଚାୟତର ପାଞ୍ଚଟି ଗ୍ରାମର ଶହେ ପଚୋସ୍ତରୀ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଛନ୍ତି । ଶନିବାର ଦିନ ତିରିଶ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ଧାନ ଆଣିଥିଲେ । ଆଠଶହ କ୍ୟୁଣ୍ଟାଲ ଧାନ ଆଜି ଚାଷୀଙ୍କ ଠାରୁ ମିଲର କ୍ୟୁଣ୍ଟାଲ ପିଛା ୧୮୬୮ ଟଙ୍କାରେ କ୍ରୟ କରିଥିଲା ।

ମାସର ପ୍ରତି ଶନିବାର ଦିନ ମଣ୍ଡି ଖୋଲାଯିବ । ଏହା ଜାନୁୟାରୀ ମାସରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ଶେଷ ପଯ୍ୟନ୍ତ ଧାନମଣ୍ଡି ଖୋଲା ରହିବ । ଜଣେ ଚାଷୀ ଧାନମଣ୍ଡିରେ ଅତି ବେଶୀରେ ଆଠଶହ କ୍ୟୁଣ୍ଟାଲ ଧାନ ବିକ୍ରୀ କରିପାରିବ । ବୋଲି ଖଣ୍ଡେଏତା ସେବା ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିରଜା କୁମାର ପୁଷ୍ପାଳକ ସୂଚନା ଦେଇଥିଲେ ।

ଉକ୍ତ ଉଦଘାଟନୀ ଉସଚବରେ ନିରଞ୍ଜନ ରାଉଳ, ଖଣ୍ଡେଏତା ସମବାୟ ସମିତି ଧାନମଣ୍ଡିର ସଭାପତି ଉପେନ୍ଦ୍ର ନାଥ ପରିଡ଼ା, ସମବାୟ ସଂପ୍ରସାରଣ ଅଧିକାରୀ ଅନସୁୟା ମଲ୍କ, କଟକ କେନ୍ଦ୍ର ସମବାୟ କୋ-ଅପରେଟି ବ୍ୟାଙ୍କ ( ସିସିସିବି ) କଟକ ସଦର ବ୍ଲକର ଶାଖା ପରିଚାଳକ , ଶକୁନ୍ତଳା ମହାନ୍ତି,ସହକାରୀ ଶାଖା ପରିଚାଳକ ବିଜୟ କୁମାର ପୁଷ୍ପାଳକ, କୃଷୀ ଗ୍ରାମସେବକ ଜୟଦେବ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚାଷୀମାନେ ସେମାନଙ୍କର ଧାନକୁ ମଣ୍ଡିକୁ ଆଣି ସୁରୁଖୁରୁରେ ବିକ୍ରି କରିବାର ସୁଯୋଗ ପାଇଥିଲେ ବୋଲି ଚାଷୀମାନେ କହିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result