୧୦୦ ଦିନିକିଆ ଶିକ୍ଷା ବ୍ୟବସ୍ଥାରେ ଯୋଗଦେଲେ ବି ବି ହାଇସ୍କୁଲ ଛାତ୍ରଛାତ୍ରୀ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ଢେଙ୍କାନାଳ :- ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ-୧୯ ନିୟମାବଳୀ ଅନୁପାଳନ ପୂର୍ବକ ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୧୦୦ ଦିନିକିଆ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।ସେହି କ୍ରମରେ ଜିଲ୍ଲା ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ୧୦୦ ଦିନିକିଆ ଶିକ୍ଷା ବ୍ୟବସ୍ଥାରେ ଯୋଗ ଦେଇଛନ୍ତି।

ପ୍ରଥମ ଦିନରେ ସର୍ବମୋଟ ୧୪୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨ ଜଣ ଛାତ୍ର ଓ ୨୧ ଜଣ ଛାତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ଅନ୍ୟ ୯୪ ଜଣ ଛାତ୍ରଛାତ୍ରୀ ସ୍ୱଗୃହେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ପାରିଛନ୍ତି ।

ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ୧୦୦ ଦିନ ମଧ୍ୟରେ ଶିକ୍ଷାଦାନ କାର୍ଯ୍ୟ ସମ୍ପନ୍ନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।ବହୁ ଦିନ ପରେ ବିଦ୍ୟାଳୟକୁ ଆସି ଶିକ୍ଷାଗ୍ରହଣ କରିବାକୁ ଆମ୍ଭେମାନେ ଚାତକ ଭଳି ଚାହିଁ ରହିଥିଲୁ , ତେଣୁ ଏହି ୧୦୦ ଦିନର ଶିକ୍ଷାଗ୍ରହଣ ଆମକୁ ଆଗାମୀ ପରୀକ୍ଷାରେ ସଫଳତା ଲାଭ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରୀୟା ରଥ। ( ରିପୋର୍ଟ୍, ଅମର ରଞ୍ଜନ ଦାସ)