ଗଞ୍ଜାମ ଜିଲ୍ଲା , ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଗଞ୍ଜାମ 2020 :- ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ଗଞ୍ଜାମ ଜିଲ୍ଲାର ମୁଖ୍ୟଅଥିତି ଭାବେ ଯୋଗଦେଇଥିଲେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।
କାର୍ଯ୍ୟକ୍ରମ ସାରି ଛତ୍ରପୁରରୁ ଫେରିବା ବାଟରେ ରମ୍ଭା ନିକଟରେ ଆଚମ୍ବିତ ହୋଇଥିଲେ । ବିସ୍ତିର୍ଣ୍ଣ ସବୁଜିମା ଭରା ଫସଲ କିଆରିକୁ ଦେଖି ମନ୍ତ୍ରୀ ତାଙ୍କ ଗାଡ଼ି ଅଟକାଇବା ସହ ସିଧା ଯାଇ ଜମିରେ ପଂହଚିଥିଲେ ।
ଜମିରେ କାମ କରୁଥିବା ଚାଷୀ ଓ ଶ୍ରମିକଙ୍କ ସହ ସେ ବିଭିନ୍ନ ବିଷୟରେ ଆଲୋଚନା କରି କୋବି, ବାଇଗଣ ଆଦି ପରିବା କିଣିଥିଲେ ଏବଂ ଉଚିତ ପ୍ରାପ୍ୟ ମଧ୍ୟ ଦେଇଥିଲେ । ଜଣେ ଚାଷୀଙ୍କ ଅଭିଯୋଗ କୁ ଧ୍ୟାନ ଦେଇ ଶୁଣିଲେ ଏବଂ ତ୍ୱରିତ ସମାଧାନ ପାଈଁ ପ୍ରତିଶ୍ରୁତି ମଧ୍ୟ ଦେଲେ ।
ଜଣେ ଚାଷୀ ଘରର ପୁଅ ହିସାବରେ ଜଣେ ଚାଷୀର ଅକ୍ଲାନ୍ତ ପରିଶ୍ରମ କୁ ହୃଦୟଙ୍ଗମ କରି ସମସ୍ତଙ୍କୁ ନିବେଦନ କରିଥିଲେ ପରିବା ହେଉ ଅବା ଅନ୍ୟ କୃଷିଜାତ ଦ୍ରବ୍ୟ କିଣିଲା ବେଳେ ଚାଷୀ ମାନଙ୍କ ସହିତ ମୂଲଚାଲ ନକରିବା ପାଇଁ । କୃଷିକ୍ଷେତରେ କୃଷିମନ୍ତ୍ରୀଙ୍କୁ ଦେଖି ରାସ୍ତାରେ ଯାଉଥିବା ସାଧାରଣ ଲୋକମାନେ ମଧ୍ୟ ଅଟକି ଯାଇଥିଲେ ଏବଂ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ କହିଥଲେ କୃଷକମାନଙ୍କ ସମ୍ମାନ ଦେଉଥିବା ଓ କୃଷିକୁ ଭଲ ପାଉଥିବା ଲୋକ ହିଁ ଉପଯୁକ୍ତ “କୃଷିମନ୍ତ୍ରୀ” । ରିପୋର୍ଟ – ସୋନାଲି