ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ବ୍ରହ୍ମପୁର :- ବ୍ରହ୍ମପୁର ସ୍ଥାନୀୟ କଳା କାରିଗର ପ୍ରତିଷ୍ଠାନ ‘ଗଞ୍ଜାମ ଜିଲ୍ଲା ଶବ୍ଦାଲୋକ ଓ ଚିତ୍ରାଳୟ କାରିଗର ସଂଘ‘ ପକ୍ଷରୁ ଏକ ସାଧାରଣ ବୈଠକ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ସନ୍ନିକଟ ଗଣିଆ ନାଳ ମା’ କୁରେଈଶୁଣୀ ଶକ୍ତି ପୀଠ ପରିସରରେ ସଂଘ ସଭାପତି ଶ୍ରୀକାନ୍ତ କୁମାର ଦଳେଇ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘ ସମ୍ପାଦକ ବୈଠକକୁ ସ୍ଵାଗତ କରିବା ଛଳରେ ସଭିଙ୍କୁ ଆନୁଷ୍ଠାନିକ ଭାବେ ଇଂରାଜୀ ନବବର୍ଷ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିବା ସହ କରୋନା କଟକଣା ଭିତରେ କାରିଗର ମାନଙ୍କର ଦୁଃଖ, ଯନ୍ତ୍ରଣା ସମ୍ପର୍କରେ ଆଲୋକପାତ କରିଥିଲେ ।

ବୈଠକରେ ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଥିବା କଟକଣାକୁ ସରକାର ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଦୃଢ ଦାବି ଉପସ୍ଥାପିତ ହୋଇଥିଲା । କେତେକ ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ ସମ୍ପୂର୍ଣ କଟକଣା ମୁକ୍ତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନା କାଳରେ ସର୍ବଶ୍ରୀ ବସନ୍ତ କୁମାର ସେଠୀ, ଚନ୍ଦ୍ର ଶେଖର ରଣା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ବିଘ୍ନରାଜ ଆଚାର୍ଯ୍ୟ, ପି. ପାରମେଶୁ ପାତ୍ର, ରବୀନ୍ଦ୍ର କୁମାର ପ୍ରଧାନ, ଡମ୍ବୁରୁଧର ପ୍ରଧାନ, ସନ୍ତୋଷ କୁମାର ରଣା, କାଳିଆ ନାହାକ, ବିନାୟକ ସେଠୀ, ସୁନିଲ ନାୟକ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ସଂଘ ସମ୍ପାଦକ ଶିବରାମ ସେଠୀ ସଂଘର ଆଗାମୀ ବୈଠକ ଦେଓଖାଳି ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହେବା ସଂକ୍ରାନ୍ତରେ ସୂଚନା ଦେବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )