ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ‘ରାଜ୍ୟ ସରକାର ଫାର୍ମ ପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି’ ‘ ୫-‘ଟି’କୁ କଡ଼ାକଡ଼ି ଭାବରେ ପାଳନ କରି ହିତାଧିକାରୀ ଚୟନରେ ସ୍ୱଚ୍ଛତା ସହ ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଦେବା ପାଇଁ ଯନିବାନ ହୁଅନ୍ତୁ’ : ମନ୍ତ୍ରୀ ଡ. ସାହୁ
ଓଡ଼ିଶା ତାଜା ନ୍ୟୁଜ୍ (୮ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ଵର :- ମୃତ୍ତିକା ସଂରକ୍ଷଣ ଓ ଉ ପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ଗୁରୁତ୍ୱ ପୂର୍ଣ୍ଣ ମାଧ୍ୟମ । ଫାର୍ମ ପଣ୍ଡ ଯୋଜନା କୃଷି ସହିତ ଆନୁଷଙ୍ଗିକ କୃଷିକ୍ଷେତ୍ରରେ ଆୟବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇ ପାରୁଥିବାରୁ ରାଜ୍ୟ ସରକାର ଫାର୍ମ ପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁ ପାଳନ କରି ହିତାଧିକାରୀ ଚୟନରେ ସଂ ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଏବଂ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କୃଷି ଭବନଠାରେ ୩୦ଟି ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକ ମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଫାର୍ମ ପଣ୍ଡର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନିମନ୍ତେ କହିଛନ୍ତି । ଫାର୍ମ ପଣ୍ଡ ଯୋଜନାରେ ମିଳୁଥିବା ଆବେଦନଗୁଡ଼ିକ ଠିକ୍ ସମୟରେ ଯାଞ୍ଚ ଓ ହିତାଧିକାରୀ ଚୟନ ଉ ପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ । ଚଳିତ ବର୍ଷ ନିମନ୍ତେ ବିଭିନ୍ନ ଯୋଜନାରେ ମିଳିଥିବା ଆର୍ଥିକ ଅନୁଦାନକୁ ସଂ ପୂର୍ଣ୍ଣ ବିନି ଯୋଗ କରି କୃଷକ ମାନଙ୍କ ଆୟବୃଦ୍ଧି କରିବା ପାଇଁ ମନ୍ତ୍ରୀ କହିଥିଲେ । ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀ ଓ ସଫଳ ହିତାଧିକାରୀମାନଙ୍କୁ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଜାଣିବା ନିମନ୍ତେ ଅନ୍ୟ ରାଜ୍ୟକୁ ପରିଦର୍ଶନରେ ପଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ଏଥି ସହିତ ଅଧିକାରୀ ମାନେ ଭର୍ମିକେ ̧ାଷ୍ଟ ଓ ବାୟୋଫର୍ଟିଲାଇଜର ସଠିକ ଯୋଗାଣ ଓ ଏହାର ମାନ ପରୀକ୍ଷଣ ଉ ପରେ ସର୍ବଦା ଗୁରୁତ୍ୱ ଦେବା ପାଇଁ କହିଥିଲେ । ଫାର୍ମ ପଣ୍ଡ ଓ ଚେକ୍ଡ୍ୟାମ୍ କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ ̧ସେଟ୍, ସ୍ପ୍ରେୟର, ସୌର ଜଳନିଧି ଆଦି ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଥିବାରୁ ହିତାଧିକାରୀ ମାନେ ଏହାର ଲାଭ ଉଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଜଳ ସୁ ପରିଚାଳନା ଓ ସୁବିନିଯୋଗ ଦିଗରେ ଅଧିକାରୀମାନେ ଅନ୍ୟ ସଂ ପୃକ୍ତ ବିଭାଗ ସହିତ ଉ ପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟକରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଟୋଲ୍ ଫି୍ର ମୋବାଇଲ୍ ସୂଚନା ଆ ପ୍ ‘ଆମ କୃଷି’ କୃଷକମାନଙ୍କର ସମସ୍ୟା ସମାଧାନ ଦିଗରେ ସହାୟକ ହୋଇ ପାରିଛି ବୋଲି ସେ କହିଥିଲେ ।