No Result
View All Result
ଓଡ଼ିଶା ତାଜା ନ୍ୟୁଜ୍(୮ ଜାନୁଆରୀ ଶୁକ୍ରବାର )ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ବ୍ଲକରେ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଓଜନ ରେ କମ ଆସୁଥିବାର ଅଭିଯୋଗ ଗଣମାଧ୍ୟମକୁ ସୂଚନା ମିଳିଛି। ସ୍ବଷ୍ଟ ଭାବରେ କହିବାକୁ ହେଲେ ପଦ୍ମପୁର ଚନ୍ଦ୍ରାବତୀ ମେହେର ବିଦ୍ୟାଳୟକୁ ଆସିଥିବା ଚାଉଳ ଓଜନରେ ଗୋଟିଏ ବସ୍ତା ପଚାଶ କେଜି ବଦଳରେ ବୟାଲିଶ କେଜି ଆସିଛି । ହେଲେ ଶିକ୍ଷକ ଚାଉଳ ବାଣ୍ଟିଲେ ପ୍ରାୟ ପାଞ୍ଚ କ୍ବିଣ୍ଟାଲ କ୍ଷତି ସହି ଭରିବାକୁ ପଡିବ ଓ ନ ବାଣ୍ଟିଲେ ଅଭିଭାବକ ମାନେ ଅଭିଯୋଗ କଲେ ଶିକ୍ଷକ ନିଲମ୍ବିତ ହୋଇ ଜେଲ ଯିବେ ।

ଏ ବିଷୟରେ ଆମକୁ ସୂଚନା ମିଳିବାରୁ ପ୍ରଥମେ ଏବିଇଓ ପଦ୍ମପୁର ଓ ପରେ ବରଗଡ଼ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ପ୍ରତିକ୍ରିୟା ଦେଲେ ଯେ ଶିକ୍ଷକ କାହିଁକି ଚାଉଳ ରଖିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ମିଲର୍ସ କାହିଁକି କମ ଚାଉଳ ବସ୍ତାରେ ଭରି ବିଦ୍ୟାଳୟକୁ ପଠାଇ ଥିଲେ । ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ ଏପରି ଯୁକ୍ତି ଦେବା ହାସ୍ୟାସ୍ପଦ କଥା ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହୁଏ ।
ଜିଲ୍ଲାପାଳ ମହୋଦୟଙ୍କୁ ଆମର ପ୍ରଶ୍ନ – ଆପଣ ଶିକ୍ଷକ ହୋଇଥିଲେ ଏପରି ପରିସ୍ଥିତି ରେ ଆପଣ କ’ଣ କରିଥାନ୍ତେ।ହାତରୁ ଚାଉଳ ଭରିଥାନ୍ତେ କି ଆପଣଙ୍କ ଉପର କତ୍ତୃପକ୍ଷଙ୍କୁ ଅଭିଯୋଗ କରିଥାନ୍ତେ। ଏହାର ଉତ୍ତର ରଖନ୍ତୁ ଗଣମାଧ୍ୟମ ଆଗରେ । ସାଧାରଣ ଲୋକଙ୍କ ସନ୍ଦେହ ହେଉଛି ଯେ ମିଲର୍ସ ପ୍ରଶାସନ ଓ ନେତାଙ୍କ ମଧୁଚନ୍ଦ୍ରିକା କେମିତି ଚାଲିଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result