କୋଭିଡ୍ ଗାଇଡ ଲାଇନ ଅନୁସାରେ ପାଠପଢ଼ା ଆରମ୍ଭ ହେବ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୮ ଜାନୁଆରୀ ଶୁକ୍ରବାର ) ଓଡ଼ଗାଁ :- ଗତ ବର୍ଷ ମହାମାରୀ କରୋନା ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିଲା । ବିଶେଷକରି ଶିକ୍ଷା ବ୍ୟବସ୍ଥାକୁ ଠପ୍ କରିଦେଇଥିଲା । ସ୍କୁଲ କଲେଜ କେବେ ଖୋଲିବ ସେ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ ଥିଲେ । ହେଲେ ୨୦୨୧ ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଛି । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଗାଇଡି ଲାଇନ ଅନୁସାରେ ଆଜି ଖୋଲିଲା ସ୍କୁଲ ।

ତେବେ ସ୍କୁଲ ରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ପଡ଼ିବ । ଏଥିପାଇଁ ବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ସାନିଟାଇଜ୍ କରାଯାଇଛି । ଛାତ୍ରଛାତ୍ରୀ ମାନେ ବସିବାକୁ ଥିବା ବେଂଚ ଡେସ୍କ ଗୁଡିକ ସାନିଟାଇଜ୍ କରାଯାଇଛି। ସ୍କୁଲ ପରିସରକୁ ସ୍ବଚ୍ଛତା କରାଯାଇଛି । କୋଭିଡ୍ ଗାଇଡ ଲାଇନ ଅନୁସାରେ ପାଠପଢ଼ା ଆରମ୍ଭ ହେବ । ସରିଲା ଦୀର୍ଘ ଦିନ ର ଛୁଟି ଏବେ ନନ୍ ଷ୍ଟପ ଚାଲିବ ପାଠପଢ଼ା । ପାଠପଢା କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)