No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜାନୁଆରୀ ଶୁକ୍ରବାର ) କଟକ :- ରାସ୍ତାରେ ଏକଲା ଯାଉଥିବା ମହିଳା ମାନଙ୍କୁ ଟରଗେଟ କରି ସୁନା ଚେନ ଲୁଟି, ମଣିପୁରମ ବ୍ୟାଙ୍କରେ ଲୁଟ ସୁନା ଚେନ ବନ୍ଧକ ରଖି ଅୟସ କରୁଥିବା ଏକ ଚାରିଜଣିଆ ଚେନ ଲୁଟେରା ଦଳକୁ ଧରିବାରେ ସଫଳ ହୋଇଛି କଟକ କମିଶନରେଟର ମଙ୍ଗଳାବାଗ ପୋଲିସ । ଏହି ଗ୍ୟାଞର ମୁଖ୍ୟ କାର୍ଯ୍ୟ ତୁଲାଉଥିଲେ, କଟକ ତୁଳସୀପୁର ଅଞ୍ଚଳର ୱୟାରଲେଶରେ କାର୍ଯ୍ୟ କରୁଥିବା ଜଣେ ଏଏସଆଇ ଙ୍କ ୨୯ ବର୍ଷିଆ ପୁଅ ପ୍ରିୟ ରଞ୍ଜନ ପାତ୍ର ।

ପ୍ରିୟଙ୍କ ଗ୍ୟାଞରେ ସାମିଲ ହୋଇଥିଲେ ଭୁବନେଶ୍ୱର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଜଣେ ୨୦ ବର୍ଷିୟା ଯୁବତୀ ଜ୍ୟୋତି ଜେନା , କଟକ ସଦର ଥାନା ବାଲିକୁଦା ମଙ୍ଗଳା ପଡିଆରେ ରହୁଥିବା ଟୁନା ଓରଫ ମୁନା ବେହେରା ( ୨୧ )ବର୍ଷ, ଲାଲବାଗ ଥାନା କାଫଲା ବଜାର ଅଞ୍ଚଳର ୪୯ ବର୍ଷର ପୂର୍ଣ୍ଣ ଚନ୍ଦ୍ର ବେହେରା । ଜ୍ୟୋତି ଲୁଟର କିଙ୍ଗପିନ୍ ବୋଲି ପୋଲିସ କହିଛି । ଏମାନଙ୍କ ଠାରୁ ଲାଲବାଗ ପୋଲିସ ଲୁଟ ହୋଇଥିବା ୧୭ଗ୍ରାମ ୯ଶହ ମିଲିଗ୍ରାମ ଓଜନର ଛିଣ୍ଡା ସୁନା ହାର, ନଗଦ ୧୩ ହଜାର ଟଙ୍କା, ଦୁଇଟି ବାଇକ୍ ଜବତ କରିଛି ।
ପ୍ରିୟ ନାମରେ କଟକ ର ବିଭିନ୍ନ ଥାନାରେ ୬ଟି ଚୋରି, ଲୁଟ ମାମଲା ରହିଥିବା ବେଳେ ମୁନା ନାମରେ ୨ ଟି ମାମଲା ରହିଛି । ଘଟଣା ରୁ ପ୍ରକାଶ ଯେ, ଗତ ଶନିବାର ଦିନ ଲାଲବାଗ ତେଲୁଗୁ ସାହିର ଆକାଶୀ ସୁନିତା ଶେଖର, ନିଜ ଆକ୍ଟିଭାରେ ମଙ୍ଗଳାବାଗ ରୁ ଫେରୁଥିଲାବେଳେ , ଦୁଇ ଜଣ ଅପରିଚିତ ଯୁବକ ଏକ ହୋଣ୍ଡା ୟୁନିକନ ବାଇକ୍ରରେ ପଛ ପଟରୁ ଆସି , ତାଙ୍କ ବେକରେ ପିନ୍ଧିଥିବା ସୁନା ହାରଟିକୁ ଲୁଟିନେଇ ଶେଖବଜାର ଆଡ଼କୁ ଦୃତ ଗତୀରେ ପଳାଇ ଯାଇଥିଲେ ।

ଏନେଇ ମହିଳା ଜଣକ ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଏହି ଘଟଣାର ତଦନ୍ତ କରି ବୁଧବାର ଦିନ ଧରିଥିଲା । ଗିରଫ ଚେନ ଲୁଟେରାଙ୍କ ବିରୋଧରେ ଲାଲବାଗ ଥାନାରେ ଏକ ମାମଲା ରୁଜୁ କରାଯାଇ ଗୁରୁବାର ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result