ଦୂର୍ଘଟଣାରେ ୨ ଗୁରୁତର , ମାଙ୍କଡ଼ ମୃତ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ହିଞ୍ଜିଳିକାଟୁ  :-  ଗୁରୁବାର ଅପରାହ୍ନରେ ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଂଚଳ ଘୋଡ଼ାହାଡ଼ ସେତୁ ଉପରେ ଚଳନ୍ତା ବାଇକ ଉପରକୁ ମାଙ୍କଡ଼ ଡ଼େଇଁପଡ଼ିବାରୁ ବାଇକ ଆରୋହୀ ଓ ସାଥୀ ଗୁରୁତର ଆହତ ହୋଇଥିବା ବେଳେ ମାଙ୍କଡ଼ଟିର ମୃତ୍ୟୁ ଘଟିଛି । ଆହତ ମାନେ ହେଲେ ଗୋପାଳ ସ୍ୱାଇଁ (୪୪)ଓ ମଦନମୋହନ ଦଳାଇ(୬୨) ।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁରରୁ କାମ ସାରି ବାଇକ ଆରୋହୀ ଓ ସାଥୀ ନିଜ ଗ୍ରାମ ଆସିକା ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ଘୋଡ଼ାହାଡ଼ ସେତୁ ଉପରେ ବାଇକ ଉପରକୁ ମାଙ୍କଡ଼ ଡ଼େଇଁପଡ଼ିବାରୁ ଦୂର୍ଘଟଣା ଘଟିଥିଲା ।( ରିପୋର୍ଟ –ଶୁସାନ୍ତ ପ୍ରଧାନ )