No Result
View All Result
1. ସମ୍ଭବତଃ ନିକଟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ହେବ । ଏହାର କାରଣ ହେଲା ଚଳିତ ମାସରୁ ଆରମ୍ଭ ହେଉଛି ଲୋକସଭାରେ ବଜେଟ ଅଧିବେଶନ । ଓଡିଶାରେ ଫେବୃଆରୀ ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ ବିଧାନସଭାର ବଜେଟ ଅଧିବେଶନ । ସେଥିପାଇଁ ଏଇ ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନହେଲେ ବଜେଟ ଅଧିବେଶନ ସରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରିବ ନାହିଁ । ତେଣୁ ଜାନୁଆରୀ ହିଁ ଉପଯୁକ୍ତ ସମୟ ବୋଲି କୁହାଯାଉଛି ।
2. ସେହିପରି ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନୁହେଁ । ସେମାନଙ୍କ ପାଖରେ ବିଭାଗ ପରିଚାଳନାର ଦକ୍ଷତା ନାହିଁ ।
3. ହେଲେ ଯାହା ସୂଚନା ମିଳିଛି ଯେଉଁ ମନ୍ତ୍ରୀ ହଟିବେ ସେହି ଜିଲ୍ଲାରୁ ନୂଆ ମୁହଁକୁ ଗୁରୁତ୍ଵ ଦିଆଯିବ । ଏହାର କାରଣ ହେଲା ଆଗକୁ ପୌର ନିର୍ବାଚନ ।
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ଵର /ଅଭିମନ୍ୟୁ :- ଓଡିଶା ର ରାଜନୀତି ମହଲ ରେ ଆରମ୍ଭ ହୋଇଛି ସେଇ ପୁରୁଣା ଚର୍ଚ୍ଚା ମନ୍ତ୍ରିମଣ୍ଡଳ ଅଦଳବଦଳ । କୁହାଯାଉଛି ନିକଟରେ ଏନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ଯଦିଓ ତାରିଖ କାହାକୁ ଜଣାନାହିଁ । କିନ୍ତୁ ମନ୍ତ୍ରିମଣ୍ଡଳ ରୂପରେଖ ବଦଳିବ ବୋଲି ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି । କିଏ ବାଦ ପଡିବେ ଓ କାହାକୁ ସାମିଲ କରାଯିବ ତାହାର ହେଉଛି ତର୍ଜମା ।
ଓଡିଶାରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର। ଦ୍ଵିତୀୟ ବର୍ଷ ପୂରଣ ହେବାକୁ ଆଉ କିଛିମାସ ବାକି ଅଛି। କରୋନା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ସ୍ଥିତି ବଦଳାଇଦେଲା ମହାମାରୀ । ଏବେ ସ୍ଥିତି ସୁଧୁରିବାରୁ ପୁଣି ମନ୍ତ୍ରିମଣ୍ଡଳ କଥା ଉଠିଛି । ଏହାକୁ ଉଡା ଖବର ବୋଲି କୁହାଯାଇ ପାରିବ ନାହିଁ । ସମ୍ଭବତଃ ନିକଟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ହେବ । ଏହାର କାରଣ ହେଲା ଚଳିତ ମାସରୁ ଆରମ୍ଭ ହେଉଛି ଲୋକସଭାରେ ବଜେଟ ଅଧିବେଶନ । ଓଡିଶାରେ ଫେବୃଆରୀ ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ ବିଧାନସଭାର ବଜେଟ ଅଧିବେଶନ । ସେଥିପାଇଁ ଏଇ ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନହେଲେ ବଜେଟ ଅଧିବେଶନ ସରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରିବ ନାହିଁ । ତେଣୁ ଜାନୁଆରୀ ହିଁ ଉପଯୁକ୍ତ ସମୟ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏଥର ଅନେକ ମନ୍ତ୍ରୀ ବିଦାହେବେ । କେତେକଙ୍କର ବିଭାଗ ବଦଳିବ । ଯୁବ ବିଧାୟକମାନଙ୍କୁ ବାଛିବେ ମୁଖିଆ । ବୟସ୍କ ଓ ପୁରୁଖାଙ୍କୁ ଦଳୀୟ କାର୍ଯ୍ୟରେ ନିଯୋଜିତ କରାଯିବ । ବିବାଦୀୟ ଓ ଅପାରଗ ହଟିବେ । ଯେଉଁମାନଙ୍କ କାର୍ଯ୍ୟକଳାପ ସ୍ଵଚ୍ଛ ନୁହେଁ ସେମାନେ ବିଦାହେବେ । କେବଳ ରାଜନୈତିକ ଦଳ ନୁହେଁ ବିଭିନ୍ନ ମହଲରେ ମଧ୍ୟ ଅନୁରୂପ ଆଲୋଚନା ହେଉଛି । ତେବେ ଏପରି ଆକଳନ ଭୁଲ ନୁହେଁ । ଏଥିରେ କିଛି ବାସ୍ତବତା ରହିଛି । କାରଣ ବିବାଦ ପାଇଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢୁଛି । ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କୁ ମିଳୁଛି ମଉକା । ଏହାର ପରିସମାପ୍ତି ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ ବିଷୟରେ ଚିନ୍ତା କରିପାରନ୍ତି । ନଚେତ ବଜେଟ ଅଧିବେଶନରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ।
ସେହିପରି ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନୁହେଁ। ସେମାନଙ୍କ ପାଖରେ ବିଭାଗ ପରିଚାଳନାର ଦକ୍ଷତା ନାହିଁ । ଆଉ କେତେକ ରାଜ୍ୟର ସ୍ଵାର୍ଥ ଅପେକ୍ଷା ନିଜର ଆୟକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ସେଥିପାଇଁ ତୃତୀୟ ମହଲାରୁ ଫାଇଲ ଫେରିଛି । ତେଣୁ ଏହି ବର୍ଗର ମନ୍ତ୍ରୀମାନେ ନବୀନଙ୍କ ହିଟ୍ ଲିଷ୍ଟରେ ରହିଛନ୍ତି । ଏବେ ନିଜ ସୁରକ୍ଷା ପାଇଁ ଯେତେ ଉଦ୍ୟମ କଲେ ମଧ୍ୟ ପଦବୀ ବଞ୍ଚାଇବା ସମ୍ଭବ ହୋଇନପାରେ ।
ଆହୁରି କୁହାଯାଉଛି ମନ୍ତ୍ରୀ ହେବା ପାଇଁ ଅନେକ ଆଶାୟୀ ରହିଛନ୍ତି । କିନ୍ତୁ ଖୁଲୁମଖୁଲା ଲବି କରିବାକୁ ସାହସ ଯୁଟାଇ ପାରୁ ନାହାନ୍ତି । ହେଲେ ଯାହା ସୂଚନା ମିଳିଛି ଯେଉଁ ମନ୍ତ୍ରୀ ହଟିବେ ସେହି ଜିଲ୍ଲାରୁ ନୂଆ ମୁହଁକୁ ଗୁରୁତ୍ଵ ଦିଆଯିବ । ଏହାର କାରଣ ହେଲା ଆଗକୁ ପୌର ନିର୍ବାଚନ । ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କଲେ ବିରୋଧୀଙ୍କୁ କହିବାକୁ ସୁଯୋଗ ମିଳିବନି । ସେ ଦୃଷ୍ଟିରୁ ଅଧିକାଂଶ ପୁରୁଣା ନେତା ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ଭବତଃ ହୋଇନପାରେ । ମୁଖ୍ୟମନ୍ତ୍ରୀ ପୌର ନିର୍ବାଚନରେ ନୂଆ ନେତାଙ୍କ ଇମେଜକୁ ପରଖିବାର ଅଧିକ ସମ୍ଭାବନା ରହିଛି । ତେବେ ଏସବୁ ଆକଳନ ନବୀନ କେଉଁ ନିଷ୍ପତ୍ତି ନେବେ ତାହା କାହାକୁ ଜଣାନାହିଁ । ଏବେ ଦେଖିବାର କଥା ମନ୍ତ୍ରିମଣ୍ଡଳ ଅଦଳବଦଳ କେବେ ହେଉଛି ଓ ନବୀନ କେଉଁମାନଙ୍କୁ ବିଶ୍ଵାସକୁ ନେଇ ନିଜ ଟିମରେ ସାମିଲ କରୁଛନ୍ତି ।
No Result
View All Result