No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଢେଙ୍କାନାଳ :- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ତମାଖୁ ଦୋକାନ ଗୁଡ଼ିକୁ ଚଢାଉ କରି ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ଜିଲ୍ଲାରେ ଖାଦ୍ୟର ମାନ କିପରି ଭଲ ରହିବ ସେଥିପାଇଁ ହୋଟେଲ , ରେଷ୍ଟୁରାଣ୍ଟ,ଠେଲାଗାଡି ମାନଙ୍କୁ ତଦାରଖ କରିବା ପାଇଁ ପୋଲିସ ଓ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର ତମାଖୁ ନିୟନ୍ତ୍ରଣ ପାଇଁ ଜନସଚେତନତା କରିବା ସହ ରାଲି ମାଧ୍ୟମରେ ଲୋକଙ୍କୁ ସଚତେନତା କରିବା ପାଇଁ କହିଥିଲେ । ଏହି ବୈଠକରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପରିଚାଳକ ସୋନାଲି ପ୍ରିୟଦର୍ଶିନୀଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result