No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅଧିନସ୍ଥ ଛେଳିଗଡ଼ ମୁଖ୍ୟ ସେତ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆଇସିଆଇସି ଆଇ ବ୍ୟାଙ୍କ ତରଫରୁ ଏକ ସହାୟତା କେନ୍ଦ୍ର ଓ ପ୍ରକଳ୍ପ ଦ୍ୱାରା ବିଜ୍ଞାପିତ ଜନସଧାରଣଙ୍କ ସକାଶେ ଏକ ପ୍ରତୀକ୍ଷାଳୟର ଉଧଘାଟନ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଧଘାଟନ କରିଥିଲେ । ସମ୍ମାନୀୟ ଅତିଥି ରୂପେ ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ବିଜୟ କୁମାର ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଜମି ଅଧିଗ୍ରହଣ ତଥା ପୁନର୍ବାସ ଓ ଥଇଥାନ ଅଧିକାରୀ , ମହେନ୍ଦ୍ରଗଡ ରାଜେନ୍ଦ୍ର କୁମାର ରଞ୍ଜିତ , ଛେଳିଗଡ଼ ମୁଖ୍ୟ ସତ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ , ଆର.ଉଦୟଗିରି ଗୋଷ୍ଠି ଉନୟନ ଅଧିକାରୀ ପ୍ରଦୀପ କୁମାର ନାୟକ ଓ ରଣଜିତ ନାୟକ ଏବଂ ଆର.ଉଦୟଗିରି ତହସିଲଦାର ସ୍ମୁତି ରଞ୍ଜନ ଶତପଥି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏବଂ ଏହି ସହାୟକ କେନ୍ଦ୍ର ଖୋଲିବା ଦ୍ୱାରା ଛେଳିଗଡ଼ ମୁଖ୍ୟ ସେତ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ଜନସାଧାରଙ୍କ ସକାଶେ ଏହା ଏକ ଭଲ ପଦକ୍ଷେପ ହେବ ବୋଲି ବିଜ୍ଞାପିତ ବାସିନ୍ଦା ମାନେ ମତ ପ୍ରକାଶ କରିଥିଲେ ।(ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result