No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ରାୟଗଡ :- ଗଜପତି ରାୟଗଡ ବ୍ଳକ ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ଲବାରସିଂ ଗ୍ରାମ ଦଶମ ଶ୍ରେଣୀ ଛାତ୍ରୀ ସସ୍ମିତା କାର୍ଯୀ ଲବାରସିଂ ବାସିନ୍ଦା ଅନେଶି କାର୍ଯୀଙ୍କ ଦ୍ୱିତୀୟ ଝିଅ ସସ୍ମିତା କାର୍ଯୀ । ସସ୍ମିତା ନବମ ଓ ଦଶମ ଶ୍ରେଣୀ କରଡାସିଂ ହାଇସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ । ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ଦେଇଥିଲେ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ସକାଶେ ସେ ରାୟଗଡ ସ୍ଥିତ ହାଇସ୍କୁଲ ଠାରେ ପରୀକ୍ଷା ଦେଇଥିଲେ । ସେତେବେଳେ ତାଙ୍କୁ ମିଳିଥିବା ପରୀକ୍ଷା ପରିଚୟ ପତ୍ରରେ ତୃଟି ଯୋଗୁଁ ସେ ସ୍କୁଲରେ ଜଣାଇଥିଲେ । ସ୍କୁଲ କର୍ତୃପକ୍ଷ ଭୁଲ ହୋଇଥିବା ଜାଣି ପରିଚୟ ପତ୍ରରେ ତାଙ୍କ ଫଟୋ, ବାପାଙ୍କ ନାମ, ମାଆଙ୍କ ନାମ ଓ ଜନ୍ମ ତାରିଖକୁ ବଦଳାଇ ପରୀକ୍ଷା ଦେବା କେନ୍ଦ୍ରକୁ ଜଣାଇଥିଲେ । ସସ୍ମିତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପରୀକ୍ଷା ଫଳ ବାହାରିବା ବେଳେ ତାଙ୍କ ସାର୍ଟିଫିକେଟରେ ସାଙ୍ଘାତିକ ଭୁଲ ହୋଇଥିଲା । ଏହା ଦେଖି ସସ୍ମିତା ସ୍କୁଲ୍ ପ୍ରଧାନ ଶିକ୍ଷକଙ୍କୁ ଜଣାଇବାରୁ ସାର୍ଟିଫିକେଟରେ ଭୁଲ ଥିବା ଓ ତାକୁ ସଂଶୋଧନ କରିବା ପାଇଁ କଟକ ବୋର୍ଡ଼କୁ ପଠାଇବାକୁ କହି ସସ୍ମିତାଙ୍କୁ ମିଳିଥିବା ପରିଚୟ ପତ୍ର ନେଇଥିଲେ ।
ଏହାପରେ ସସ୍ମିତା ଥରେ ଦୁଇଥର ସ୍କୁଲ ପ୍ରଧାନ ଶିକ୍ଷକ ବେଣୁମାଧବ ପଟ୍ଟନାୟକ ଙ୍କୁ ପଚାରିଥିବାରୁ ସେ କହିଥିଲେ ସାର୍ଟିଫିକେଟରେ ଥିବା ଭୁଲକୁ ସଂଶୋଧନ କରିବା ପାଇଁ ପଠାଯାଇଛି । ତାହା ଆସିଲେ ତୁମକୁ ଦିଆଯିବ ବୋଲି କହିଥିଲେ । ଏହାପରେ ସସ୍ମିତା ଭାଗ୍ୟକୁ ଆଦରି ଗାଁରେ ପଡି ରହିଥିଲେ । ଓ କଲେଜରେ ପଢିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ । କଲେଜ ଜଇନ୍ କରିବା ସକାଶେ ଆବେଦନ ମଧ୍ୟ କରିନଥିଲେ । ଉକ୍ତ ଘଟଣାକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନବମ ଶ୍ରେଣୀରେ ଗୋଟିଏ ନାମରେ ଦୁଇଟି ଛାତ୍ରୀ ପାଠ ପଢୁଥିଲେ ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସକାଶେ ନବମ ଶ୍ରେଣୀରୁ ହିଁ ଏନ୍ରୋଲମେଣ୍ଟ ହୋଇଥାଏ । ଦୁଇ ଜଣ ଛାତ୍ରୀଙ୍କ ନବମ ଶ୍ରେଣୀରେ ଏନ୍ରୋଲମେଣ୍ଟ ହୋଇଥିଲା । ସେଥିରୁ ଗୋଟିଏ ଛାତ୍ରୀ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ନଦେଇ ରହିଯାଇଥିଲା । ଓ ଦଶମ ଶ୍ରେଣୀରେ ଜଇନ୍ ମଧ୍ୟ କରିନଥିଲା ।
କିନ୍ତୁ ଉକ୍ତ ଛାତ୍ରୀ ସସ୍ମିତା କାର୍ଯୀ ଦଶମ ଶ୍ରେଣୀ ପଢୁଥିଲେ ଓ ଦଶମ ଶ୍ରେଣୀରେ ବୋର୍ଡ ପରୀକ୍ଷା ସକାଶେ ଫର୍ମ ପୂରଣ କରିଥିଲେ । ମାତ୍ର ବୋର୍ଡ ପରୀକ୍ଷା ସକାଶେ ଆସିଥିବା ପରିଚୟ ପତ୍ରଟି ଭୁଲ ଥିବା ଯୋଗୁଁ ଆମେ ପରୀକ୍ଷା କେନ୍ଦ୍ର ସୁପରଟେଣ୍ଟଙ୍କୁ ପରିଚୟପତ୍ର ଭୁଲ ଥିବା ଜଣାଇ ସସ୍ମିତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରିଥିଲୁ ଓ ସେ ଛାତ୍ରୀ ଜଣକ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ଫଳ ପ୍ରକାଶ ପାଇବ ପରେ ସାର୍ଟିଫିକେଟରେ ପୁଣି ଭୁଲ ଥିବା ଯୋଗୁଁ ଆମେ ବୋର୍ଡ ଅଫିସକୁ ସଂଶୋଧନ କରିବାକୁ ପଠାଇ ଦେଇଛୁ କିନ୍ତୁ ତାହା ଆସିନାହିଁ । କିନ୍ତୁ ସେ ଉଚ୍ଚ ଶିକ୍ଷା ପଢିବାକୁ ହେଲେ ଆମେ T.C ଦେଇଦେବୁ ମାତ୍ର ସେ T.C ନେବା ସକାଶେ ଆସିନାହାଁନ୍ତି । ଏଠାରେ ସ୍କୁଲ କର୍ତୃପକ୍ଷଙ୍କ ଭୁଲ କି ବୋର୍ଡ କତୃପକ୍ଷଙ୍କ ଭୁଲ କିନ୍ତୁ ଏଠାରେ ଗୋଟିଏ ଆଦିବାସୀ ଛାତ୍ରୀର ଭବିଷ୍ୟତ ଅନ୍ଧାର ହେଉଛି । ବର୍ତ୍ତମାନ କଲେଜରେ ନାମ ଲେଖାଇ ପାରିନଥିବାରୁ ଛାତ୍ରୀ ଜଣକ ମାନସିକ ଚାପ ଭାରାକ୍ରାନ୍ତରେ ରହିଥିବା ବାପା ଅନେଶି କାର୍ଯୀ ପ୍ରକାଶ କରିଛନ୍ତି । ( ରିପୋର୍ଟ -ସଞ୍ଜୀବ କୁମାର ପାଣି )
No Result
View All Result