No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) ଭୁବନେଶ୍ୱର :- ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମାନସପୁତ୍ର ଅନ୍ନପୂର୍ଣ୍ଣା ଆଜି ୭ ଜାନୁଆରୀ, ୨୦୨୧ ରେ ଲୋକାର୍ପଣ ହୋଇଅଛି I ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଆନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ୍ ଲିଭିଙ୍ଗ୍ ଫାଉଣ୍ଡେସନ୍ ର ସହଯୋଗରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଗଠିତ I
ଉଦ୍ଦେଶ୍ୟ :- ସାଂସଦ, ଭୂବନେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ଷୁଧାମୁକ୍ତ ଓଡିଶା ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଆଭିମୁଖ୍ୟ I ଜୀବନ ଜିବୀକା ପାଇଁ ସଂଘର୍ଷରତ ଭୋକ ଉପାସରେ ରହୁଥିବା ଓଡିଶାବାସୀଙ୍କୁ ଖାଦ୍ୟପାଇଁ ଆତ୍ମନିର୍ଭରଶୀଳ କରାଇବା ଅନ୍ନପୂର୍ଣ୍ଣାର ଲକ୍ଷ ଓ ଉଦ୍ଦେଶ୍ୟ I
ଯୋଜନା :- ପ୍ରଥମ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ଭୂବନେଶ୍ୱର ସହର ପାଇଁ ଉଦ୍ଦିଷ୍ଟ I ପରବର୍ତ୍ତୀ ସମୟରେ ଏହା ସମସ୍ତ ଓଡିଶା ପାଇଁ କାର୍ଯ୍ୟ କରିବ I ଅନ୍ନପୂର୍ଣ୍ଣା ଏକମାସ ହେବ ପରୀକ୍ଷା ମୂଳକ ଭାବେ ଭୂବନେଶ୍ୱର ସହରରେ କାର୍ଯ୍ୟ କରିବା ଆରମ୍ଭ କରିଅଛି I ସୁଷମ ରନ୍ଧାଖାଦ୍ୟ କ୍ଷଧାର୍ତ୍ତ ବ୍ୟକ୍ତିଙ୍କୁ ବିତ୍ତରଣ କରାଯାଉଅଛି I ନଭେମ୍ବର, ୨୦୨୦ରେ ପ୍ରାଥମିକ ସ୍ତରରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ତରଫରୁ ଏକ ସର୍ବେକ୍ଷଣ କରାଯାଇଥିଲା କେଉଁ ଗରିବ ଲୋକମାନେ ଖାଦ୍ୟ ଅଭାବରୁ ଭୋକିଲା ରହୁଛନ୍ତି ଚିହ୍ନଟ କରିବା ନିମନ୍ତେ I ଏହି ସର୍ବେକ୍ଷଣ ମୁଖ୍ୟତଃ ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଶ୍ୱବର୍ତ୍ତୀ ଓ ବଜାର ଅଞ୍ଚଳରେ କରାଯାଇଥିଲା I ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତ୍ତରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବର୍ଷକ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ଓଡିଶା ଓ ଓଡିଶା ବାହାରେ ଏପରିକି ବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ଦାନ କରିଛନ୍ତି I ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ଅଛନ୍ତି I
ଅନ୍ନପୂର୍ଣ୍ଣା ଲୋକାର୍ପଣ ଉତ୍ସବରେ ଆନ୍ତର୍ଜାତୀୟ ରୋଟାରୀ ସଂସ୍ଥା ୩୨୬୨, ଭୁବନେଶ୍ୱରର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ୍ ସୌମ୍ୟ ରଞ୍ଜନ ମିଶ୍ର, ରୋଟାରୀଆନ୍ ପ୍ରଶାନ୍ତ କୁମାର ମିଶ୍ର, ରୋଟାରୀଆନ୍ ବିମ୍ବାଧର ବେହେରା, ସୋ ଆମ୍ ଆଇ ଫାଉଣ୍ଡେସନ୍ ତରଫରୁ ଶ୍ରୀ ପିନାକୀ ମହାନ୍ତି ଓ ଡଃ ଚିଦାତ୍ମିକା ଖଟୁଆ, ଉମେଶ ଖଣ୍ଡଲୱାଲ୍ ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ଉମେଶ ଖଣ୍ଡଲୱାଲ୍ , ୟୁଥ୍ ଫର୍ ଆକ୍ସନର ରାଜ୍ୟ ସଂଯୋଜକ ଶ୍ରୀ ଦେବାଶୀଶ ନାୟକ, ଆର୍ଟ ଅଫ୍ ଳିଭିଙ୍ଗ୍ ତରଫରୁ ଶ୍ରୀ ଭୋଳାନାଥ ଜେନା, ଅନ୍ନପୂର୍ଣ୍ଣାର ପରିଚାଳନା ଟ୍ରଷ୍ଟି ଶ୍ରୀ ଶଶାଙ୍କ ଶେଖର ସାହୁ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଶୋକ ପଟ୍ଟନାୟକ, ରାଜ୍ୟସ୍ତରୀୟ ମହିଳା ସଂଗଠନ ‘ଅଜିତା’ ଓ ବୁଦ୍ଧିଜିବୀ ସଂଗଠନ ‘ସମର୍ଥ’ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ I
No Result
View All Result