No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜାନୁଆରି ,ଗୁରୁବାର ) କଟକ :- ଦୀର୍ଘ ଦିନର ବ୍ୟବଧାନ ପରେ ଅର୍ଥାତ ୧୦ ମାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ଆସନ୍ତା କାଲି ଶୁକ୍ରବାର ୮ ଜାନୁଆରୀ ରେ ଓଡ଼ିଶାର ସମସ୍ତ ସ୍କୁଲ କୋବିଡ଼ କଟକଣା ମଧ୍ୟରେ ଖୋଲିବାକୁ ଯାଉଛି । ଏଥିପାଇଁ ଗୁରୁବାର କଟକ ମାତୃ ଭବନ ସ୍କୁଲ ସମେତ ଅନେକ ଗୁଡିଏ ସ୍କୁଲ କୁ ସାମଜିକ ସଂଘଠନ ଟ୍ରାଇବନେସନ ପକ୍ଷରୁ , ସଭାପତି ଚିରଞ୍ଜୟ ସାହୁ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସୁନୀଲ ସାହୁ ,ଜଗନ୍ନାଥ ମଲ୍ଲିକ,ସୋମନାଥ ବାରିକ ,ଦୀନବନ୍ଧୁ
ସାହୁ ,ଚନ୍ଦ୍ରଶେଖର ଦାଶ୍ ,ଜୋତି ଗ୍ୟାସ ର ପରିଚାଳନା ମୁଖ୍ୟ ସୋମେରେନ୍ଦ୍ର ମହାପାତ୍ର ,ପ୍ରମୁଖ ଉପସ୍ଥିତ ରହି ବିଶୋଧନ କରିଛନ୍ତି । ଅନ୍ୟପଟେ ଆସନ୍ତା କାଲି ସ୍କୁଲ ଖୋଲିବା ଉପରେ ପ୍ରତିକ୍ରିୟା ରଖି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ନିୟମ କୁ ସମ୍ପୂର୍ଣ୍ଣ ପାଳନ କରାଯିବା ସହ ପୂର୍ବପରି ମାକ୍ସ, ଆଉ ସାନିଟାଇଜେସନ୍ କରାଯାଉଛି । ସମ ଦୂରତା ରକ୍ଷା କରି ପିଲା ମାନଙ୍କୁ ପାଠ ପଢା ଯିବ ବୋଲି -ନିରଞ୍ଜନ ପାଣିଗ୍ରାହୀ ମାତୃଭାବନ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । (ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result