No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ତହସିଲ କାର୍ୟ୍ୟାଳୟ ପରିସରରେ ବୁଧବାର ପଟ୍ଟା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ଼.ସୂର୍ୟ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏକ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ସମେତ ଅଙ୍ଗନବାଡି କର୍ମୀମାନେ ବାଚସ୍ପତିଙ୍କୁ ପାଛୋଟି ନେଇଥିଲେ ଓ ପରବର୍ତ୍ତୀ ସମୟରେ କାର୍ୟ୍ୟାଳୟ ପରିସରରେ ଆଙ୍କୁଶପୁର, କେ.ଏସ ପୁର, ଦକ୍ଷିଣପୂର, ଲାଠି, ବଉଳାଝୋଳି, କୁକୁଡାଖଣ୍ଡି, ବନ୍ଥପଲ୍ଲୀ, ବାଲି ପଡ଼ା ଓ ପାଣ୍ଡିଆଝୋଳି ରାଜସ୍ବ ନିରୀକ୍ଷକଙ୍କ କାର୍ୟ୍ୟାଳୟ ଅଧୀନରେ ଥିବା ପାଖାପାଖି ୨୫ ରୁ ଅଧିକ ଗ୍ରାମର ୨୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଗ୍ରାମ କଣ୍ଟକ ପଟ୍ଟା ସମେତ ବିଭିନ୍ନ କିସମର ପଟ୍ଟା କରୋନା କଟକଣାକୁ ମାନି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି ପଟ୍ଟା ବଣ୍ଟନ କରାଯାଇଥିଲା ।
ପ୍ରତିଦିନ ଡ଼ାକ ମାଧ୍ୟମରେ ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉଚି ତା ସହିତ “ମୋ ତହସିଲ” କାର୍ୟ୍ୟକ୍ରମରେ ଲୋକଙ୍କୁ ପଟ୍ଟା ବଣ୍ଟନ କରାଯାଉଚି ଏବଂ ସରକାରୀ କାର୍ୟ୍ୟାଳୟରେ କିପରି ଜନସାଧାରଣ ସଠିକ ସେବା ପାଇବେ ଯାହାକୁ ନେଇ ରାଜ୍ୟ ସରକାର ‘ମୋ ଗାଁରେ ତହସିଲ’ ପରି କାର୍ୟ୍ୟକ୍ରମ ଆୟୋଜନ କରୁଚନ୍ତି ଏବଂ ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଚି ବୋଲି କହିବା ସହ ରାଜ୍ୟ ସରକାର ମହିଳା ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିନିମନ୍ତେ ସ୍ୱୟଂ ସହାୟିକା ଗୋଷ୍ଟିକୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଉଦ୍ୟମ ଜାରି ରଖିଚନ୍ତି ବୋଲି ବାଚସ୍ପତି ଡ଼.ପାତ୍ର ନିଜ ବକ୍ତ୍ୟବ୍ୟରେ କହିଥିଲେ । ଯେଉଁ ବ୍ୟକ୍ତି ମାନଙ୍କ ପଟ୍ଟା ମିଳିପାରିନାହିଁ କାର୍ୟ୍ୟ ଚାଲୁ ରହିଚି ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ସନାତନ ସଂଗ୍ରାମ ସିଂ,ବ୍ଲକ ଉପଦକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ,କାନ୍ହୁ ଚରଣ ପାତ୍ର, ରାଜସ୍ବ ନିରୀକ୍ଷକ ରଞ୍ଜନ ପାତ୍ର, ନାରାୟଣ କାର୍ଜି, ପ୍ରମିଳା ଡୋରା, ମାଣିକେଶ୍ବରୀ ପଟ୍ଟନାୟକ, ଶୁଦେଶ୍ନ ଜେନା ଏବଂ ପ୍ରମିଳା ଜେନା ସମେତ ହଜାରରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result