ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ବିଶ୍ବ ବ୍ରେଲୀ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ଓ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ବିଶ୍ବ ବ୍ରେଲୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଦଣ୍ଡାସି ସାହୁ ‘ଙ୍କ ସମେତ ସମସ୍ତ ପରିଚାଳନା କମିଟି ବୃନ୍ଦ , ଅନୁଷ୍ଠାନର ସଂଯୋଜକ ରାମେଶ୍ଵର ପାତ୍ର ,

ବଧିର ବିଭାଗ ର ପ୍ରିନ୍ସିପାଲ ଅଖିଳ ସାହୁ ଓ ଦୃଷ୍ଟିହୀନ ବିଭାଗର ଅଧ୍ୟକ୍ଷା ପଦ୍ମିନୀ ମହାନ୍ତ ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କର ଶିକ୍ଷାରେ ଉନ୍ନତି କିପରି ହୋଇପାରିବ ଓ ସେମାନଙ୍କୁ କିପରି ମୁଖ୍ୟ ସ୍ରୋତରେ ସାମିଲ କରା ଯାଇପାରିବ ସେ ବିଷୟରେ ସମସ୍ତେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ’ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଂଯୋଜକ ରାମେଶ୍ଵର ପାତ୍ର ପରିଚାଳନା କରିଥିଲେ। (ଗରୁଡ଼ ଧ୍ୱଜ ଚୌଧୁରୀ)