• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବର୍ଜ୍ୟବସ୍ତୁରୁ ଜୈବିକ ସାର ଉତ୍ପାଦନ ହିଞ୍ଜିଳିକାଟୁର ଏମସିସି ଓ ଏମଆରଏଫ ଜିଲ୍ଲା ପାଇଁ ଉଦାହରଣ ସାଜିଛି

Proprietor Abhimanyu Maharana by Proprietor Abhimanyu Maharana
January 6, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ବର୍ଜ୍ୟବସ୍ତୁରୁ ଜୈବିକ ସାର ଉତ୍ପାଦନ ହିଞ୍ଜିଳିକାଟୁର ଏମସିସି ଓ ଏମଆରଏଫ ଜିଲ୍ଲା ପାଇଁ ଉଦାହରଣ ସାଜିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ହିଞ୍ଜିଳିକାଟୁ :-   ଆଧୁନିକ ପୃଥିବୀରେ ସହରୀ ସଭ୍ୟତା ଗଢି ଉଠିବା ସହିତ ସହରର ଜନସଂଖ୍ୟା ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ତାଳ ଦେଇ ସହରରେ ଦିନକୁ ଦିନ ଆର୍ବଜନାର ପରିମାଣ ମଧ୍ୟ ବଢିବାରେ ଲାଗିଛି । ଅପର ପକ୍ଷରେ ପ୍ରତ୍ୟେକ ସହର ସକାଶେ ଏହି ବର୍ଜ୍ୟବସ୍ତୁର ପରିଚାଳନା ଏକ ଗୁରୁତର ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏହାକୁ ନେଇ ନେଇ ନୂତନ ଧରଣର ପରୀକ୍ଷା ଚାଲିଥିବା ବେଳେ ଅନେକ କ୍ଷେତ୍ରରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପ୍ରଶାସନ ବିଫଳ ହେଉଥିବାର ଲକ୍ଷ୍ୟ କରାଯାଉଛି । ତେବେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ଏ ଦିଗରେ ଏକ ନୂତନ ଉଦାହରଣ ସୃଷ୍ଟି କରିବା ସହ ବର୍ଜ୍ୟବସ୍ତୁରୁ ଜୈବିକ ସାର ଉତ୍ପାଦନ କ୍ଷେତ୍ରରେ ଏକ ମାଇଲ ଖୁଂଟ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ହାତପାଣ୍ଠିରୁ ୫୯ ଲକ୍ଷ ୧୦ ହଜାର ୧୨୫ ଟଙ୍କା ବ୍ୟୟ ଅଟକଳରେ ସ୍ଥାନୀୟ ପୌରାଂଚଳ ନୁଆଁଗଡ଼ ଗ୍ରାମରେ ନିର୍ମିତ ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ରକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩୧ ଅଗଷ୍ଟ ୨୦୨୦ବା ସ୍ୱାୟତ ଶାସନ ଦିବସ ଅବସରରେ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ । ଏହି ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ର ସଫଳତାର ସହ କାର୍ଯ୍ୟ କରିବା ସହିତ ଏବେ ବହୁମୁଖୀ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି । ସହରର ପ୍ରତ୍ୟେକ ଘରୁ ଆର୍ବଜନା ସଂଗ୍ରହ ଯାନ ମାଧ୍ୟମରେ ପ୍ରତିଦିନ ଆର୍ବଜନା ସଂଗ୍ରହ କରାଯାଇ କୁଢ କୁଢ ଆର୍ବଜନାକୁ ବ୍ୟବହାର କରି ଏଠାରେ ପ୍ରସ୍ତୁତ କରାଯାଉଛି ଜୈବିକ ଖତ ।

ଏହା ଫଳରେ ବର୍ଜ୍ୟବସ୍ତୁ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ସମସ୍ୟାର ସମାଧାନ ହୋଇପାରିବା ସହ ଜୈବିକ ସାର ପ୍ରୟୋଗ ଦ୍ୱାରା ଉନ୍ନତ ମାନର ଫସଲ ଉତ୍ପାଦିତ ହୋଇପାରୁଛି । ସ୍ଥାନୀୟ ପୌରାଂଚଳର ନୁଆଁଗଡ଼ ଗ୍ରାମ ଶେଷ ପ୍ରାନ୍ତରରେ ସ୍ଥାପିତ ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ରରୁ ଉତ୍ପାଦିତ ଜୈବିକ ଖତ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି କରାଯାଉଛି । ଯାହାରି ଫଳରେ ଚାଷୀ ମାନେ ଖୁବ୍ କମ୍ ମୁଲ୍ୟରେ ଜୈବିକ ଖତ ପାଇବା ସହ ରାସାୟନିକ ସ। ରର ପ୍ରୟୋଗକୁ ହ୍ରାସ କରିବା ସହ ଅଧିକ ଶସ୍ୟ ଅମଳ କରିପାରୁଛି । ଚାଷୀଙ୍କୁ ଏହି ପ୍ରକଳ୍ପ ଦ୍ୱାରା ଅଧିକ ଆର୍ଥୀକ ଲାଭ ସହ ଜମିର ଉର୍ବରତା ଶକ୍ତିକୁ ବହୁ ବର୍ଷ ଧରି ବଂଚେଇ ରଖିବାରେ ସାହାର୍ଯ୍ୟ ହୋଇପାରୁଛି ।

ରାସାୟନିକ ସାର ପ୍ରୟୋଗ ଦ୍ୱାରା ଜନ ସାଧାରଣ ଭୋଗୁଥିବା ବିଭିନ୍ନ ରୋଗରୁ ଉପଶମ ମିଳିପାରିବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ହିଞ୍ଜିଳି ପୌର ପରିଷଦ ପକ୍ଷରୁ ସ୍ଥାପିତ ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରରେ ଉଦାହରଣ ସାଜିବ ବୋଲି କୁହାଯାଇଛଇ । ଏହି ପରିପ୍ରେକ୍ଷୀରେ ଗତ ୨୪ଓ ୨୫ ତାରିଖ ଦୁଇ ଦିନ ଧରି ଗଞ୍ଜାମ ଜିଲ୍ଳାର ସମସ୍ତ ବ୍ଳକର ବିଭିନ୍ନ ପଦାଧିକାରୀ ମାନଙ୍କୁ ନେଇ ଏକ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସଂପୃକ୍ତ ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ର ବୁଲି ଦେଖିବା ସହ କାର୍ଯ୍ୟଶୈଳୀ ବୁଲି ଦେଖି ବିଭିନ୍ନ ପ୍ରକାରର ଶିକ୍ଷଣୀୟ ପନ୍ଥାକୁ ଆଦରି ନେଇଥିଲେ । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଂଚଳ ଓ ଗ୍ରାମାଂଚଳରେ ବର୍ଜ୍ୟବସ୍ତୁକୁ ଜୈବିକ ସାରରେ ପରିଣତ କରାଯିବ ବୋଲଲ୍ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ତେଣୁ ଏଭଳି ପ୍ରକଳ୍ପ ମାନଙ୍କୁ ଅଧିକରୁ ଅଧିକ ପ୍ରେତ୍ସାହନ ମିଳିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର

September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ

September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସମାପନୀ ସମାରୋହ

September 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version