No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ହିଞ୍ଜିଳିକାଟୁ :- ସମାଜରେ ଅଳିଆ, ଆବର୍ଜ୍ଜନା ବଢ଼ି ଚାଲିଛି । ଏହାକୁ ନିରାକରଣ କରିବା ପାଇଁ ବା ସ୍ବଚ୍ଛତା ଆଣିବା ପାଇଁ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ନୂତନ ଚଳଚିତ୍ର ଅନନ୍ୟା ପ୍ରସ୍ତୁତ କରାଯାଇଛି । ଏହା ମୁଖ୍ୟତଃ ପରିବେଶ ସଫା ଓ ସୁରକ୍ଷା ଉପରେ ଆଧାରିତ । ହିଞ୍ଜିଳିକାଟୁରେ ସ୍ୱଚ୍ଛ ଅଭିଯାନର ପ୍ରୟାସ ଜାରି ରହିଥିବା ବେଳେ ସ୍ବଚ୍ଛତା ଓ ସଚେତନ ତାକୁ ନେଇ ଏହି ଚଳଚ୍ଚିତ୍ର ଏକ ଉଦାହରଣ ସୃଷ୍ଟି କରିବ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁ କ୍ରିଷ୍ଣା DK କହିଛନ୍ତି ।
ଏହାର କାହାଣୀ ପ୍ରିୟମ୍ବଦ ପଟ୍ଟନାୟକ ଦାୟିତ୍ଵ ନେଇଥିବା ବେଳେ ଚିତ୍ର ଉତ୍ତୋଳନ ଶ୍ରୀନୁ ଏବଂ ଅଭିନୟ ରେ ସୋନମ ସାହୁ, ମଧୁସୂଦନ ମିଶ୍ର ଏବଂ ଗୋପାଳ ମହାନ୍ତି ଦ୍ୱାରା ନିର୍ମିତ କରାଯାଇଥିଲା । ପ୍ରଥମ ଥର ପାଇଁ ସହ ନିର୍ଦ୍ଦେଶକ ଭାବେ ପ୍ରିୟମ୍ବଦ ପଟ୍ଟନାୟକ ଦାୟିତ୍ଵ ଗ୍ରହଣ କରି ବେଶ୍ ଖୁସି ଅନୁଭବ କରିଛନ୍ତି । ଚଳଚ୍ଚିତ୍ର ର ନିର୍ଦ୍ଦେଶକ ଗୁରୁ କ୍ରିଷ୍ଣା DK ପୁଣି ହିଞ୍ଜିଳିକାଟୁ ଏବଂ ଗଞ୍ଜାମକୁ ଜାତୀୟ ସ୍ତର ପହଞ୍ଚେଇବା ପାଇଁ ଆଶା ରଖିଛନ୍ତି ଏହି ଚଳଚ୍ଚିତ୍ର ମାଧ୍ୟମ ଦ୍ୱାରା । ଏହା ସମ୍ପୂର୍ଣ୍ଣ ହିଞ୍ଜିଳିକାଟୁ ଅଞ୍ଚଳରେ ଚିତ୍ରଣ କରାଯାଇଛି ।
( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result