No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ପଦ୍ମପୁର :- ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ପାଇବା ପରେ ଆଜି ଡେଙ୍ଗନାଡିହି ଗ୍ରାମରେ ଜୟ କିଷାନ କୃଷକ ସଙ୍ଗଠନ ତରଫରୁ ଏକ ” କୃଷକ ଉତ୍ସବ ” ପାଳନ କରାଯାଇଥିଲା । ଏହି କୃଷକ ଉତ୍ସବରେ ଭେଙ୍ଗରାଜପୁର ,ମାଝୀପାଲି, ରସମୁଣ୍ତା, ପିପଲ ପାଲି,ଛତ୍ତରବେହେରା, ନାଗଡିହୀ,ବନମାଲ ,ଡେଙ୍ଗନାଡିହି,ମଲଦା ଆଦି ଗ୍ରାମ ମାନଙ୍କରୁ ଶତାଧିକ କୃଷକ ସାମିଲ ହୋଇଥିଲେ । ୨୦୧୯ ମସିହାରେ ବାଦିକଟା, ଲଖମରା, ଭେଙ୍ଗରାଜପୁର ଏହି ୩ଟି ଗ୍ରାମ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ମିସମେଜ ଦର୍ଶାଇ ବୀମା କମ୍ପାନୀ ଚାଷୀଙ୍କୁ ଟଙ୍କା ପ୍ରଦାନ କରିନଥିଲା । ଏକ ଚାଷୀ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଙ୍କୁ ସାକ୍ଷାତ କରିବା ପରେ ଓ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ୩ଟି ଗ୍ରାମ ପଞ୍ଚାୟତରେ ଚାଷୀ ମାନେ ପାଖାପାଖି

୩୦କୋଟି ଟଙ୍କା ପାଇଥିବାରୁ ଚାଷୀ ମହଲରେ ଖୁସିର ଲହର ଦେଖାଯାଇଛି । କୃଷକ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କୁ ଚାଷୀ ମାନଙ୍କୁ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ବାଜୁବନ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କୃଷକ ଉତ୍ସବରେ ବିଶିଷ୍ଟ ଚାଷୀ ଭାବେ ସର୍ବଶ୍ରୀ କୁଶ ବିଶି,ସେବାରାମ ସା,ବିରେନ୍ ସାହୁ,ହୁତାଶନ ସାହୁ,ଲକ୍ଷ୍ମଣ ବରିହାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ନାମ ସଂକୀର୍ତ୍ତିନ ସହ ଚାଷୀ ମାନେ ଗ୍ରାମ ପରିକ୍ରମା କରିଥିଲେ । କୃଷକ ଉତ୍ସବକୁ ଚାଷୀ ନେତା ଶ୍ରୀ ପିତାବାସ ସାହୁ,ନେହେରୁ ତ୍ରିପାଠୀ,ବିରଞ୍ଚି ବରିହା,ଅଶ୍ବିନୀ ପଟେଲ,ପୁରନ୍ଦର ଭୋଇ,ଉମାକାନ୍ତ ଶତପଥୀ,ମହେନ୍ଦ୍ର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result