No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) କଟକ :- ନକଲି ଅପମିଶ୍ରଣ ଦ୍ରବ୍ୟ କାରବାର ପେଣ୍ଠସ୍ଥଳୀ ପାଲଟିଛି କଟକ । ଦିନକୁ ଦିନ ବିଭିନ୍ନ ନକଲି ଅପମିଶ୍ରଣ ସାମଗ୍ରୀର ଚୋରା କାରବିବାର ଏବେ ଧରାପୁଡୁଥିବା ଦେଖିବାକୁ ମିଳୁଛି । ସବୁ ନକଲି ଅପମିଶ୍ରଣ କାରୀ ମାଲିକ ମାନେ , ସେମାନଙ୍କର କାରବାର ଦୀର୍ଘ ଦିନ ଧରି ଅନାୟାସରେ ଚଳାଇ ଆସୁଥିଲା ବେଳେ , ପୋଲିସ କିମ୍ବା ଯୋଗାଣ ବିଭାଗର ଅଧିକାରୀ ମାନେ କିପରି, ଜାଣି ପାରୁନଥଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଟକ ସଦରଥାନା ଅନ୍ତର୍ଗତ ମୁକାମେଶ୍ୱର ଗ୍ରାମରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ସୁରେଶ ଚନ୍ଦ୍ର ବିଶାଳ (୫୫) ବର୍ଷ , ପକା ଘର କରି, ବାହାର ଲୋକଙ୍କୁ ଅଳ୍ପ କେତୋଟି ବଖରା ଘରଭଡାରେ ଦେଇଛି ।
ଅବଶିଷ୍ଟ କୋଠରୀରେ ମେସିନ ପକାଇ ନା ଥିବା କମ୍ପାନୀ ଟାଟା ପ୍ରିମିୟମ ଚା, ଲିଲା ଚା ଆଦି ନାମରେ ପ୍ୟାକେଟ କରି କଟକ ମାଲଗୋଦାମ ସମେତ ବିଭିନ୍ନ ସ୍ଥାନକୁ ପଠାଉଥଲା । କମ ଖର୍ଚ୍ଚରେ ସୁରେଶ ଅଧିକ ଲାଭ ପାଉଥିଲା । ଏହି ଘଟଣା ସ୍ଥାନୀୟ ବାସିନ୍ଦା ଜାଣିଥିଲେ ମଧ୍ୟ ବାହାରେ ପ୍ରକାଶ କରୁନଥିଲେ । ସଂପୃକ୍ତ ନକଲି ଅପମିଶ୍ରଣ କାରି ଚା ମାଲିକ ବିଭିନ୍ନ ସମୟରେ ମାସିକିଆ ଅର୍ଥ ଦେଇ ,ନିଜର କାର୍ଯ୍ୟ ଚଳାଇ ଆସୁଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଥିଲା । ମଙ୍ଗଳବାର ଦିନ କଟକ ସଦର ପୋଲିସ ଖବର ପାଇ ମୁକାମେଶ୍ୱର ଗ୍ରାମର ଶୁରେସ ଙ୍କ ଘରେ ପହଞ୍ଚି ନକଲି କାରଖାନା କୁ ଠାବ କରିବା ସହିତ, ଏହି କାରବାର ଚଳାଇଥିବା ସୁରେଶ ଚନ୍ଦ୍ର ବିଶ୍ୱାଳକୁ ଥାନାକୁ ଆଣି ଅଟକ ରଖଥିଲା ।
ବୁଧବାର ସକାଳ ଦଶଟାରେ ଯୋନ୍ -୨ଏସିପି ସତ୍ୟ ରଞ୍ଜନ ମଲ୍କିକ , ସଦର ଥାନା ଆଇଆଇସି ଶୁଧାଶୁଂ ଭୁଷଣ ଜେନା, ଅତିରିକ୍ତ ଆଇଆଇସି ଅନିତା ସାହୁ, ଏ ଏସ୍ ଆଇ ଯୁଗଳ କିଶୋର ବିଶ୍ୱାଳ ପ୍ରମୁଖ ସଦଳବଳେ ମୁକାମେଶ୍ୱର ନକଲି ଚା କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣର ପ୍ୟାକିଙ୍ଗ ହୋଇ ଥିବା ନକଲି ଚା ,ମେସିନ ଆଦି ଜବତ କରିଥିଲେ । ଏହି ନକଲି କାରବାର କେତେ ଦିନ ବନ୍ଦ ରହୁଛି ତା ଲୋକେ ଦେଖିବାକୁ ଅପେକ୍ଷା କରିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result