No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟକୁ ନେଇ ଏବେ ବଲିଉଡ଼ରେ ଚାଲିଛି ବାୟୋପିକର ଯୁଗ । ବଲିଉଡର ଏହି ବାୟୋପିକର ଯୁଗରେ ଯୋଡ଼ି ହୋଇ ବିଶ୍ୱରେ ସୁନାମ ଆଣିଛନ୍ତି ଜଣେ ଓଡ଼ିଆ ପୁଅ ଓଡ଼ିଶାରେ ପରିଚିତ ସାଇରାମ ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର । ଖୁବ୍ କମ ବସୟରେ ଓଡ଼ିଶାର ଏହି ସାଧାରଣ ପୁଅ ଏକ ଅସାଧାରଣ କାମରେ ନିୟୋଜିତ କରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଚଳାଇଛନ୍ତି ଏକ ନିଆରା ପ୍ରୟାସ । ତାଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ସାରା ଦେଶରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ପଦଯାତ୍ରାକୁ ନେଇ ତିଆରି ହୋଇଛି ବଲିଉଡ଼ ଚଳଚ୍ଚିତ୍ର ‘ସିଲ୍ଭର ଗାନ୍ଧୀ’ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅବିନାଶ ନନ୍ଦ ଓ ପ୍ରଯୋଜକ ହେଉଛନ୍ତି ସନ୍ତୋଷ ସେଟ୍ଟୀ । ତାଙ୍କ ଚଳଚ୍ଚିତ୍ର ‘ସାଇରାମ ଗାନ୍ଧୀ’ କାନ୍ ଚଳଚ୍ଚିତ୍ର ଉତ୍ସବରେ ପ୍ରଥମ ପୁରସ୍କାର ଲାଭ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଏ ସମ୍ପର୍କରେ ଅବିନାଶ ନନ୍ଦ କହିଛନ୍ତି, ଚଳଚ୍ଚିତ୍ରଟି ଭାରତୀୟମାନଙ୍କୁ ପରିଷ୍କାର ଓ ସୁସ୍ଥ ଜୀବନ ପାଇଁ ପ୍ରେରଣା ଓ ଉତ୍ସ ଯୋଗାଇବ । ଏଥିପାଇଁ ଶ୍ରୀ ନନ୍ଦ ପ୍ରଯୋଜକ ସନ୍ତୋଷ ସେଟ୍ଟୀ, ସଙ୍ଗୀତା ହଂସ ଓ ରଜିନ୍ଦର ସିଂହ ଭାଟିଆ, ଲେଖକ ଅଭିମନ୍ୟୁ ମିଶ୍ର ଓ ସଞ୍ଜୟ ମୁସମ୍ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ସାଇରାମ ଗାନ୍ଧୀଙ୍କ ନିକଟକୁ ଦେଶ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
No Result
View All Result