No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଜାନୁଆରି,୨୦୨୧,ସୋମବାର ) ପଦ୍ମପୁର : – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତର ଲହଙ୍ଗେର ଗ୍ରାମର ୧୫ ଜଣ ଦାଦନ ଶ୍ରମିକ ମହିଳା ଓ ପୁରୁଷ ତେଲେଙ୍ଗାନା ରାଜ୍ୟରୁ ମୁକୁଳି ଆସିବା ପରେ ଏବେ ୪ ଜଣ ଶ୍ରମିକଙ୍କୁ ବଲାଙ୍ଗୀର ଜିଲ୍ଲା ଲାଠୋର ଠାରେ ଦାଦନ ସର୍ଦ୍ଧାର ମଜିଦ୍ ଖାଁ ବନ୍ଧକ ରଖି ଟଙ୍କା ଫେରସ୍ତ ଦାବି କରିବା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଲହଙ୍ଗେର ଗ୍ରାମର ୧୫ ଜଣ ମହିଳା ପୁରୁଷ ଓ ଛୋଟ ଶିଶୁ ମାନେ ତେଲେଙ୍ଗାନା ରାଜ୍ୟର ପଦୋପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଗରୁଡପେଟ ଇଟାଭାଟି ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ଇଟାଭାଟି ମାଲିକ ସେମାନଙ୍କୁ ଘରକୁ ଛାଡୁ ନଥିଲା ।
ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏ ବିଷୟରେ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମାଜସେବୀ ଶ୍ରୀ ଦିବସ ସାହୁ ମଧ୍ୟ ଟ୍ବିଟ ଯୋଗେ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ୧୫ଜଣ ଶ୍ରମିକ ଉଦ୍ଧାର ହୋଇ ଗାଁକୁ ଫେରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଲାଠୋର ଠାରେ ଦାଦନ ସର୍ଦ୍ଧାର ମଜିଦ୍ ଖାଁ ୪ଜଣ ଦାଦନ ଶ୍ରମିକ ଶ୍ରୀ ମତୀ ବନିତା ଶିକା,ଶ୍ରୀ ରବି ଶିକା,ବେବାର ତାଣ୍ତି ଓ ପ୍ରସନ୍ନ ତାଣ୍ତି କୁ ଟ୍ରେନ୍ ରୁ ଓହ୍ଲାଇ ଅନ୍ଯ ମାନଙ୍କୁ ଛାଡି ଦେଇଛି ।
୧ ଲକ୍ଷ ଟଙ୍କା ଜମା ଦେଲେ ମୋ ଠାରେ ଜମା ଦେଲେ ଯାଇ ଏହି ଶ୍ରମିକ ମାନେ ଘରକୁ ଯିବେ ବୋଲି ସର୍ଦ୍ଧାର ଶ୍ରୀ ଖାଁ,ସାନ ତାଣ୍ତି,ବିଶାଖା ତାଣ୍ତି,ବିଜୟ ତାଣ୍ତି ଙ୍କୁ ଧମକ ଦେଇଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ତୁରନ୍ତ ଦାଦନ ସର୍ଦ୍ଧାର ଠାରୁ ଏ ମାନଙ୍କୁ ମୁକ୍ତି କରିବା ପାଇଁ ଅନ୍ଯ ମାନେ ଆକୁଳ ନିବେଦନ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result