ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ପଛରେ – ସଞ୍ଜୟ ଦାସବର୍ମାଙ୍କ ଅବଦାନ ଅତୁଳନୀୟ

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ପଛରେ ତତ୍କାଳୀନ ବୈଷୟିକ ଶିକ୍ଷା ଓ ନିଯୁକ୍ତି ବିକାଶ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅବଦାନ ଅତୁଳନୀୟ। ତାଙ୍କ ମନ୍ତ୍ରୀତ୍ୱ ସମୟରେ ସେ ସମ୍ବଲପୁର ଆଇଆଇଏମ ଉପଯୁକ୍ତ ସ୍ଥାନ ବୋଲି ଵିଵେଚିତ ହୋଇଥିଲା । ଆଇଆଇଏମର ନୂତନ କ୍ୟାମ୍ପସର ଶିଳାନ୍ୟାସ ପରେ ସେ ଟୁଇଟ କରି ତାଙ୍କ ମତ ରଖିଛନ୍ତି । ୨୦୧୫ ଜୁନ ମାସରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ, ବୈଷୟିକ ଶିକ୍ଷା ଓ ନିଯୁକ୍ତି ବିକାଶ ମନ୍ତ୍ରୀ ଥିବାବେଳେ ସେ ଆଇଆଇଏମ ପ୍ରତିଷ୍ଠା ପାଇଁ ସମ୍ବଲପୁର ଉପଯୁକ୍ତ ସ୍ଥାନ ବୋଲି ଦୈନିକ ଇଂରାଜୀ ଖବରକାଗଜ ଟେଲିଗ୍ରାଫକୁ ସାକ୍ଷାତକାର ମାଧ୍ୟମରେ ମତ ରଖିଥିଲେ ।

ଯେତେବେଳେ କେଉଁଠି ଆଇଆଇଏମ ପ୍ରତିଷ୍ଠା ହେବ ଭିନ୍ନଭିନ୍ନ ମତ ଆସୁଥିଲା ସେତେବେଳେ ସମ୍ବଲପୁରରେ ପ୍ରତିଷ୍ଠା ପାଇଁ ମନ୍ତ୍ୟବ ଦେଇ ସେ ବହୁ ଆଲୋଚନା ଓ ସମାଲୋଚନା ହୋଇଥିଲେ। ପରବର୍ତ୍ତୀ ସମୟରେ ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ହେଲା । ବିଭାଗୀୟ ମନ୍ତ୍ରୀ ଭାବେ ପ୍ରଥମ ବର୍ଷ ନାମଲେଖା ପରେ ସେ ପାଠ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ସମୟରେ ତତ୍କାଳୀନ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ ରୋହିତ ପୂଜାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନାରେନ୍ଦ୍ର ମୋଦି ଆଇଆଇଏମ ନୂତନ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମୋଦନ କ୍ରମେ ବଜେଟରେ ଓଡ଼ିଶାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାର ଘୋଷଣା କରିଥିଲେ । ସମ୍ବଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟର ପ୍ରତିକ୍ରିୟା କରି ଶ୍ରୀ ଦାସବର୍ମା ଏଭଳି ଟୁଇଟ କରିଥିବା କୁହାଯାଉଛି ।