।। ନୟାଗଡ଼ରେ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।।

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ନୟାଗଡ଼ :- ସାରା ଓଡିଶା ରେ ଜାତୀୟ ମେଧାବୃତ୍ତି ପରୀକ୍ଷା , ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ସେହିଭଳି ଆଜି ମଧ୍ୟ ନୟାଗଡ଼ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଈଁ ଜାତୀୟ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ସରକାରୀ ଅଥବା ବେସରକାରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ , ଯେ କୌଣସି ବର୍ଗ ର ପିଲାମାନେ ଏହି ପରୀକ୍ଷା ପାଈଁ ଆବେଦନ କରି ଆଜି ପରୀକ୍ଷା ରେ ସାମିଲ ହୋଇଥିଲେ ।

ଏବଂ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ପାଈଁ ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ଗାଇଡ଼ ଲାଇନ ଅନୁସାରେ କେବଳ ସରକାରୀ ଅବା ସରକାରୀ ପ୍ରାପ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ହିଁ ଆବେଦନ କରିଥିଲେ । ଗାଇଡ଼ ଲାଇନ ଅନୁସାରେ ଯେଉଁ ଛାତ୍ର ଛାତ୍ରୀ ଙ୍କ ଅଭିଭାବକଙ୍କ ଆୟ ଦେଢ଼ ଲକ୍ଷ ଟଙ୍କା ରୁ କମ୍ ହୋଇଥିବ ସେମାନେ ଏହି ପରୀକ୍ଷା ପାଈଁ ଆବେଦନ କରି ପାରିବେ । ଆଜି ଜାତୀୟ ମେଧାବୃତ୍ତି ପରୀକ୍ଷା ପାଇଁ ୩ ଟି ସେଣ୍ଟର ଗୋଟିଏ ନବଘନପୁର ହାଇ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନାରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଇଟାମାଟି ରେ ଅନୁଷ୍ଠିତ ହୋଇଥିଲା ।

ଏବଂ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା ପାଈଁ ୪ ଟି ସେଣ୍ଟର କରଯାଇଥିଲା ବଜେନ୍ଦ୍ର ହାଇ ସ୍କୁଲ ନୟାଗଡ଼, ଗମେଣ୍ଟ ହାଇ ସ୍କୁଲ ନୟାଗଡ଼, ଏନଏସି ହାଇ ସ୍କୁଲ ନୟାଗଡ଼ ଏବଂ ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ଈତାମାଟି ରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ୫୦୦ ଜଣ ରୁ ୪୭୦ ଜଣ ଉପସ୍ଥିତି ଥିବା ବେଳେ ୩୦ ଜଣ ଅନୁପସ୍ଥିତ ଥିଲେ । । ଏବଂ ଜାତୀୟ ଆୟ ମେଧାବୃତ୍ତି ପରୀକ୍ଷା ରେ ୮୩୨ ଜଣରୁ ୮୦୪ ଜଣ ଉପସ୍ଥିତ ଥିବା ବେଳେ ୨୮ ଜଣ ଅନୁପସ୍ଥିତ ଥିଲେ । ଏହାର ତଦାରଖ ଦାୟିତ୍ୱ ରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫ ରୁ ଶ୍ରୀ ଅସୁର ବାରିକ ଓ ଜିଲ୍ଲା ନିରୀକ୍ଷକ ଶ୍ରୀ ଶରତ କୁମାର ସାହୁ ପରିଚାଳନା ଦାୟିତ୍ୱ ରେ ଥିଲେ ସୁଚାରୁ ରୁପେ ପରୀକ୍ଷା ଟି ସମାପ୍ତ ହୋଈଛି ।