No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଯାଜପୁର :- ଯାଜପୁର ଜିଲ୍ଲା ଗଡ଼ମଧୁପୁର ନିବାସୀ ତଥା କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ହରିହର ମହାପାତ୍ରଙ୍କର ଆଜି ହୃଦ୍ଘାତରେ ପରୋଲୋକ ଘଟିଛି । ଡକ୍ଟର ମହାପାତ୍ର ଏକାଧାରରେ ଗାଳ୍ପିକ , କବି ଏବଂ ନାଟ୍ୟକାର ଥିଲେ । ତାଙ୍କର ବହୁ ଚର୍ଚ୍ଚିତ ଗୀତିନାଟ୍ୟ “ବୋଲେ ହୁଁଟି”ର କିଛି ପଂକ୍ତି ଆଜି ବି ଆମେ ଗୁଣୁଗୁଣାଉ –
ତୋତେ ମୁଁ ବୋଲଇ ଗଉରୀ – ବୋଲେ ହୁଁଟି
ଆଣିଦେବି ସୁନା ଚଉଁରୀ – ବୋଲେ ହୁଁଟି
ରାଜା ପୁଅ ବଡ଼ ହଟିଆ – ବୋଲେ ହୁଁଟି
ବାଟରେ ଥୋଇଚି ଖଟିଆ – ବୋଲେ ହୁଁଟି
ରାଜା ପୁଅ ଦାଉ ସାଧିବ – ବୋଲେ ହୁଁଟି
ସେହି ମହାନ ସାରସ୍ଵତ ସାଧକଙ୍କୁ ମୋର ଭକ୍ତି ଶ୍ରଦ୍ଧାଞ୍ଜଳି
No Result
View All Result