No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ବରଗଡ଼ :- ବରଗଡ଼ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କବୟିତ୍ରୀ ପାର୍ବତୀ ପଣ୍ଡା ଷଡ଼ଙ୍ଗୀ ଅନୁଦିତ ପୁସ୍ତକ ‘ ସୁନ୍ଦର କାଣ୍ଡ’ ର ଓଡ଼ିଆ ଅନୁବାଦ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଏବିଇଓ ପ୍ରମୋଦ କୁମାର ହୋତା ଯୋଗଦେଇ ପୁସ୍ତକ କୁ ଲୋକାର୍ପିତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ଯୋଗ ଦେଇ ଅନୁବାଦ ପୁସ୍ତକ ଉପରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଯୁବ କବି ନିତିଶ ଆଚାର୍ଯ୍ୟ,ପ୍ରୀତମ ସିଂ ଉପସ୍ଥିତ ଥିଲେ। ପୁସ୍ତକ କୁ ସମୀକ୍ଷା କରିଥିଲେ ଅଧ୍ୟାପିକା ଡଃ ସଙ୍ଘମିତ୍ରା ପଣ୍ଡା। ସଭାକୁ ପରିଚାଳନା କରିଥିଲେ ଡଃ ରବିନାରାୟଣ ସାହୁ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result