• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ତମାଖୁ ବିକ୍ରି ନିଷିଦ୍ଧକୁ ୮ ବର୍ଷ ପୂରିଲା ହିଞ୍ଜିଳିକାଟୁରେ ଚାଲିଛି ବେଧଡ଼କ ଗୁଟଖା ବେପାର ; ପ୍ରଶାସନ ସାଜିଛି ନିଦାବିଷ୍ଣୁ

Proprietor Abhimanyu Maharana by Proprietor Abhimanyu Maharana
January 3, 2021
in Uncategorized, ଅପରାଧ, ଗଞ୍ଜାମ, ହୋମ୍
0
ତମାଖୁ ବିକ୍ରି ନିଷିଦ୍ଧକୁ ୮ ବର୍ଷ ପୂରିଲା ହିଞ୍ଜିଳିକାଟୁରେ ଚାଲିଛି ବେଧଡ଼କ ଗୁଟଖା ବେପାର ; ପ୍ରଶାସନ ସାଜିଛି ନିଦାବିଷ୍ଣୁ

dav

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର )ହିଞ୍ଜିଳିକାଟୁ :-   ଗୁଟଖା କାରବାରକୁ ନିଷିଦ୍ଧ କରାଯାଇଛି । ବିକ୍ରି ଓ ଉତ୍ପାଦନରେ ଲାଗିଛି କଟକଣା । ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିିଖରେ ଏମିତି ଏକ ଆଇନ ପ୍ରଣୟନ କରିଥିଲେ ରାଜ୍ୟ ସରକାର । ଆଇନ ଉଲଙ୍ଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନର ରହିଛି ବ୍ୟବସ୍ଥା । ସରକାର ଏ କ୍ଷେତ୍ରରେ ମିଳୁଥିବା ରାଜସ୍ୱକୁ ଗୋଡ଼ରେ ଆଡ଼େଇ ଦେଇଥିଲେ ଜନସାଧାରଣଙ୍କ ସ୍ୱାର୍ଥ ସକାଶେ । କିନ୍ତୁ ପ୍ରଶାସନର ଉଛାଶକ୍ତିର ଅଭାବ ଯୋଗୁଁ ସରକାରୀ ନିର୍ଦ୍ଦେଶନାମା ଫାଇଲ ଭିତରେ ରହିଯାଇଥିବା ବେଳେ ଏହା କେବଳ କାଗଜ କଲମ ମଧ୍ୟରେ ସିମୀତ ରହିଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏମିତି ନୁହେଁ ଯେ, ଗୁଟଖା ଓ ପାନମସଲା ବଜାରରେ ଲୁଚାଛପାରେ ଚାଲିଛି । ବଜାରରେ ବହୁଳ ମାତ୍ରାରେ ଖୁଲୁମୁଖୁଲା ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନିରବ ସାଜିଛି । ସାଧାରଣତଃ ଯୁବପିଢି ସମେତ ହାଇସ୍କୁଲ ଓ କଲେଜ ପଢୁଆ ଛାତ୍ର ମାନଙ୍କ ପାଇଁ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ସେବନ ଫେସନରେ ପରିଣତ ହୋଇଛି ।

ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଚା ଓ ପାନ ଦୋକାନରେ ଖୁଲୁମଖୁଲା ବିକ୍ରିବଟା ଚାଲିଛି । ଏଭଳି ନିଶା ବଳୟ ମଧ୍ୟରେ ଜଣକ ପରେ ଜଣେ ମୁଖ ଗହ୍ୱର ଓ କର୍କଟ ଭଳି ମାରାତ୍ମକ ରୋଗର ଶିକାର ପାଲଟୁଛନ୍ତି । ଗୋଟିଏ ପଟେ ଯୁବପିଢି ଜାଣିଶୁଣି କର୍କଟର ବିଷ ବଳୟ ମଧ୍ୟକୁ ନିଜକୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି । ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟର ଅବାଧ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାରେ ବିଭାଗୀୟ ଅଧିକାରୀ ଆନ୍ତରିକତା ପ୍ରକାଶ କରୁନଥିବା ବେଳେଏହାର ସିଧାସଳଖ ପ୍ରଭାବ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ସେବନ କରୁଥିବା ଯୁବପିଢିଙ୍କ ଭବିଷ୍ୟତ ବିପଦ ମୁହଁକୁ ଠେଲି ହୋଇଯାଉଛି ବୋଲି ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଇଛି । ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ସେବନ ଜନିତ କର୍କଟ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିିଖରେ ରାଜ୍ୟ ସରକାର ଫୁଡ଼ ଷ୍ଟାଡ଼ାଣ୍ଡ ସେଫ୍ଟି ଆକ୍ଟ ଅନୁଯାୟୀ ବଜାରରେ ଏହାର ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଥିଲେ । ଘୋଷଣାର କିଛି ଦିନ ପର୍ଯ୍ୟନ୍ତ ଏହାକୁ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ପରବର୍ତୀ ସମୟରେ ପ୍ରଶାସନିକ ଅଧିକାରୀ ମାନେ ନିଦାବିଷ୍ଣୁ ସାଜିଥିଲେ । ଯେଉଁ ବ୍ୟକ୍ତି କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ବିକ୍ରୟ କିମ୍ବା ଯୋଗାଣ କରିବେ , ସେମାନଙ୍କୁ ଅର୍ଥ କିମ୍ବା ଜେଲ ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି ।

କିନ୍ତୁ ପରିତାପର ବିଷୟ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ଏମିତି ସ୍ଥାନ ନାହିଁ ଯେଉଁଠାରେ ଗୁଟଖା କିମ୍ବା ତମାଖୁ ଜାତୀୟ ପଦାର୍ଥ ଅତି ସହଜରେ ମିଳୁନାହିଁ । ଶିକ୍ଷାନୁଷ୍ଠାନ ପରିସର ଠାରୁ ୧୦୦ ଗଜ ଦୂରତା ମଧ୍ୟରେ ଗୁଟଖା, ପାନମସଲା ଓ ବିଭିନ୍ନ ପ୍ରକାର ତମାଖୁ ଜାତ ଦ୍ରବ୍ୟ ବିକ୍ରି ନିଷେଧ କରାଯାଇଥିଲେ ମଧ୍ୟ ହାତ ପାହାନ୍ତାରେ ଏସବୁ ଉପଲବ୍ଧ ହୋଇପାରୁଛି । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡ଼ି ପାରୁନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ଯୁବପିଢି ମଧ୍ୟ କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । ହିଞ୍ଜିଳିକାଟୁ ଓ ଏହାର ନିକଟବର୍ତି ଅଂଚଳର କିଛି ଗୁଟଖା ବେପାରୀ ଲକ୍ଷଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଓ ପାନମସଲା ଆଣି ଅବାଧରେ ବ୍ୟବସାୟ କରି ରାତାରାତି ମାଲାମାଲ ହେଉଥିବା ଚର୍ଚ୍ଚା ଚାଲିଛି । ତମାଖୁ ସେବନ ଦ୍ୱାରା ମୁଖ କର୍କଟ, ଯକ୍ଷ୍ମା ଭଳି ମାରାତ୍ମକ ରୋଗରେ ପିଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପାନ, ବିଡ଼ି, ଗୁଟଖା ଓ ସିଗାରେଟ ଭଳି ତମାଖୁ ସେବନକାରୀ ନିଜ ଅଭ୍ୟାସ ସହଜରେ ଛାଡ଼ି ପାରୁନାହାନ୍ତି । ତମାଖୁ ସେବନକାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୃତକାରୀ କମ୍ପାନୀ ମଧ୍ୟ ବିଭିନ୍ନ ନାମରେ ନକଲି ଗୁଟଖା ପ୍ରସ୍ତୃତ କରି ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । (ରିପୋର୍ଟ –ଶୁସାନ୍ତ ପ୍ରଧାନ ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version