No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର )ହିଞ୍ଜିଳିକାଟୁ :- ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୧ ରେ ଶୀର୍ଷ ର୍ୟାଙ୍କ୍ ହାସଲ କରିବା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୧ । ହିଞ୍ଜିଳିକାଟୁ ପୌର ପରିଷଦକୁ ଓଡ଼ିଶା ତଥା ଭାରତରେ ୧ନମ୍ବର କରିବା ପାଇଁ ସ୍ଥାନୀୟ ପୌରାଂଚଳର ପ୍ରତିଟି ୱାର୍ଡ଼ରେ ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟନୟନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ପୌରାଂଚଳର ୧୨ଓ ୧୬ନଂ ୱାର୍ଡ଼ରେ ପରିମଳ ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶଙ୍କ ତତ୍ୱାବଧାନରେ ୧୬ନଂ ୱାର୍ଡ଼ ମାଣିକପଗରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ ।
ଏଥି ପୂର୍ବରୁ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରୁ ପ୍ଳକାର୍ଡ଼ ଓ ସ୍ଳୋଗାନ ଦେଇ ସଂପୃକ୍ତ ୱାର୍ଡ଼ ଗୁଡ଼ିକରେ ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ନୃତ୍ୟ ଅନୁଷ୍ଠାନର ଶିଶୁ କଳାକାର ମାନଙ୍କ ସ୍ୱାରା ନୃତ୍ୟ ଓ ଗୀତ ମାଧ୍ୟମରେ ସାହି ବାସିନ୍ଦାଙ୍କୁ ସ୍ୱଚ୍ଛତାର ବାର୍ତା ପ୍ରଦାନ କରାଯାଇଥିଲା । ବାହ୍ୟ ମଳତ୍ୟାଗକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଓ ଘରର ଅଳିଆ ଆର୍ବଜନାକୁ ବାହାରେ ନଫୋପାଡ଼ି ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡ଼ିରେ ଜମା ଦେବା ପାଇଁ ସଚେତନ କରାଯାଇଥିଲା । କେବଳ ସଚେତନତା ମାଧ୍ୟମରେ ନୁହେଁ ବରଂ ମା’ ମାନଙ୍କର ଭୂମିକା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଥିଲେ । ଥାନା ଆଇଆଇସି ସଂପୃକ୍ତ ଗ୍ରାମବାସୀ ସ୍ୱଚ୍ଛତା ପ୍ରତି ବେଶ ସଚେତନ ଏବଂ ଗ୍ରାମ୍ୟ ରାସ୍ତାକୁ ବେଶ ସଫା ସୁତୁରା ରଖିବା ଦିଗରେ ବେଶ ଯତ୍ନଶୀଳ ରହିଛନ୍ତି ଏବଂ ଇଂରାଜୀ ନୂତନ ବର୍ଷରେ ସମସ୍ତେ ସ୍ୱଚ୍ଛତା ଗୁରୁତ୍ୱ ପ୍ରଦାନ କରିବାକୁ ଶପଥ କରନ୍ତୁ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଥିବା ଏହି ପୌର ପରିଷଦକୁ ୧ନମ୍ବର କରିବା ଦିଗରେ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଓ ସଫେଇ ଦିଦି ଓ କର୍ମଚାରୀ ମାନଙ୍କ ଉତମ ସମ୍ବନୟରେ ହିଁ ସମ୍ଭବ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପୌର ସ୍ୱଛତା ଯାନ ଚାଳନା ସକାଶେ ପ୍ରଥମ ଥର ପାଇଁ ପୌର ପ୍ରଶାସନ ପକ୍ଷରୁ ପ୍ରଭାତି ପ୍ରଧାନ ନାମକ ଜଣେ ମହିଳା ଚାଳକଙ୍କୁ ନିଯୁକ୍ତି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲିଜାରାଣୀ ସାହୁ, ଗାୟତ୍ରୀ ପୃଷ୍ଟି, ସିମାଂଚଳ ସାହୁ, ରୋହିତ ବିଷୋୟୀ, ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା, ସଂପୃକ୍ତ ୱାର୍ଡ଼ର ସ୍ୱଚ୍ଛ ସାଥୀ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଅଶ୍ୱିନି ନାୟକ, ବିବେକାନନ୍ଦ ମହାପାତ୍ର , ଭାସ୍କର ସାହୁ,ସୁବାଷ ପଟ୍ଟନାୟକ, କିରଣ ନାହାକ, ଇ.କିଶାନ କୁମାର ପାତ୍ର , ସାନିଟାଇଜର ଏକ୍ସପୋର୍ଟ ଅଭିଜିତ ପୁରୋହିତ, ଛବି ପଣ୍ଡା, ସନ୍ଧ୍ୟାରାଣୀ ପଟ୍ଟନାୟକ, ରବନ୍ଦ୍ରି ନାହାକ, ଲାଲ ମୋହନ ସେଠି , ଏ .ମୋହନ ରାଓ ଆଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । (ରିପୋର୍ଟ –ଶୁସାନ୍ତ ପ୍ରଧାନ)
No Result
View All Result