No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) କଟକ :- କଟକ ସଦରଥାନା ଅନ୍ତର୍ଗତ ପାଇକସାହି ଗ୍ରାମର ସମାଜସେବୀ, ଆଧ୍ୟାତ୍ମିକ ବାଦି, ଦୃଢ଼ ସଂଗଠକ ମାରୁତୀ ଶ୍ରୀ ସୁକାନ୍ତ ଚରଣ ବେହେରାଙ୍କ ଦ୍ୱାଦଶ ଅବସରରେ, ଏକ ସ୍ମୃତି ଚାରଣ ସଭା ପାଇକସାହି , ହରପାର୍ବତୀ ପୂଜା ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ଚାରଣ ସଭାରେ କଟକ ମାରୁତୀ ମଣ୍ଡପ ରାମଲୀଳା ପ୍ରଚାର ସମିତିର ସଭାପତି ଚୌଧୁରୀ କାଶୀନାଥ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ପାଇକସାହି ଗ୍ରାମ ଉନ୍ନୟନ କମିଟିର ସଂପାଦକ ଆଇନଜୀବୀ ନଳୀନ ସ୍ୱାଇଁ ସଭା ପରିଚାଳନା କରିଥିଲେ । ଏହି ସଭାରେ ୪୮ ମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସ, କଟକ ନଗର ପୂଜା ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଦାସ , ଆଇନଜୀବୀ ଉମାକାନ୍ତ ନନ୍ଦ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ କର୍ପୋରେଟର କୌଶିକ ଜେନା, ପ୍ରଦୀପ ବେହେରରା, ସଞ୍ଜୟ ବରାଳ, ଲଳିତ ଶେଖର ନାୟକ , ଡାହାଳିଆବାଗ
ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରିନାରାୟଣ ମହାପାତ୍ର, ସୁଶାନ୍ତ ମହାନ୍ତି, ସମାଜସେବୀ ସୁକାନ୍ତ ସେଠୀ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ରତ୍ନାକର ବହେରା, ବିକ୍ରମ ଶତପଥୀ, ସନ୍ତୋଷ ଲେଙ୍କା, ଆଡ଼ଭୋକେଟ ଅର୍ଣ୍ଣପୂର୍ଣ୍ଣ । ସାହୁ, ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, ଅନିଲ କୁମାର ବେଉରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ମାରୁତୀ ଶ୍ରୀ ସୁକାନ୍ତ ଚରଣ ବେହେରା ଜୟ ମଙ୍ଗଳା ରାମଲୀଳା ପ୍ରଚାର ସମିତିର ସହ ନିର୍ଦ୍ଦେଶକ , ପାଇକସାହି ଗ୍ରାମ୍ୟ ଉନ୍ନୟନକମିଟିର ମୁଖ୍ୟ ଉପଦେଷ୍ଟା, ରହିଥିଲା ବେଳେ , ସେ କଟକର ବିଭିନ୍ନ ପୂଜା କମିଟି, ରାମଲୀଳା ପ୍ରଚାର ସମିତିରେ ସଂପୃକ୍ତ ଥିଲେ । ସୁକାନ୍ତ ବାବୁ ରାମଲୀଳାରେ ରାବଣ, ହନୁମାନ, ଆଦି ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଘୋଡ଼ା ନାଚ, ନାଟକ ଆଦିରେ ଅଭିନୟ କରିବା ସହିତ ବହୁ , ଯୁବକଙ୍କୁ ଜଣେ ଜଣେ ସଫଳ କଳାକାର ଭାବେ ଗଢ଼ି ତୋଳିଛନ୍ତି ।
ସେ ଦୀର୍ଘ ଦିନ ଧରି କଂଗ୍ରେସ ଦଳର ଜଣେ ଟାଣୁଆ କର୍ମୀ ଭାବେ ରହି ଦଳ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ଦୃଢ଼ ସଂଗଠନ, ସମାଜ ସେବା ପାଇଁ ସମସ୍ତଙ୍କର ପ୍ରୟ ଭାଜନ ହୋଇପାରିଥିଲେ ବୋଲି ବକ୍ତୁ।ମାନେ କହିଥିଲେ । ତାଙ୍କ ସ୍ମୃତି ସଭାରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ବିଭିନ୍ନ ରାମଲୀଳା ସମିତି ,ପୂଜା କମିଟିର ସଭାପତି, ସଂପାଦକ, ଗ୍ରାମ୍ୟ କମିଟିର ମୁରବୀମାନେ ଯୋଗ ଦେଇଥିଲେ । ପାଇକସାହିର ଜୟ ମଙ୍ଗଳା ରାମଲୀଳା ପ୍ରଚାର ସମିତି, ହରପାର୍ବତୀ ପୂଜା କମିଟି, ଜୟ ମହାବୀର ଯୁବକ ସଂଘ ପକ୍ଷରୁ ଆୟୋଜିତ ସ୍ମୃତି ଚାରଣ ସଭାରେ ସ୍ୱର୍ଗତ ସୁକାନ୍ତ ଚରଣ ବେହେରା ଙ୍କ ବିଧବା ପତ୍ନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଇକସାହି ଗ୍ରାମ ଉନ୍ନୟନ କମିଟିର ସଭାପତି ଦିଲ୍ଲୀପ ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଇକସାହି ଗ୍ରାମର ସମସ୍ତ ମୁରବୀ,ଯୁବକ ସହଯୋଗ କରିଥିଲେ । (ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result