No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଜାନୁଆରୀ ରବିବାର) ବରଗଡ଼ ଜିଲ୍ଲା ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଇକମାଲ ଠାରେ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ୫ଟି ସଚିବଙ୍କ ବିରୁଦ୍ଧରେ ବିଜୁ ଜନତା ଦଳର ନେତା ମାନଙ୍କ ଅସନ୍ତୋଷ ର ସ୍ବର ଧିରେ ଧିରେ ପଦାକୁ ବାହାରିବା ଆରମ୍ଭ ହେଉଛି । ବିଜୁ ଜନତା ଦଳର ସଂଗଠନର ଏବେ ପ୍ରମୁଖ ଭୂମିକା ନିଭାଉ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ତଥା ୫ଟି ସଚିବ ଶ୍ରୀ ଭି କାର୍ତ୍ତିକେୟ ପାଣ୍ତିଆନ ବିରୋଧରେ ବିଜୁ ଜନତା ଦଳର ନେତା ମାନଙ୍କ ଅସନ୍ତୋଷ ସିଧା ସଳଖ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ପରି ପ୍ରକାଶ ହୋଇଛି । ଗତ ତା ୨୬ . ୧୨ . ୨୦୨୦ ତାରିଖ ଦିନ ସାରା ଓଡ଼ିଶାରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତାର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା ।

ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଇକମାଲ ଠାରେ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ପାଇକମାଲ ନିକଟସ୍ଥ ସାଲେପାଲି ଠାରେ ବିଧାୟକଙ୍କ ନିଜ ନିବାସରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଧାୟକ ଶ୍ରୀ ବରିହା ବକ୍ତବ୍ଯ ପ୍ରଦାନ କରି ଓଡିଶାର ନବୀନ ବାବୁଙ୍କ ନେତୃତ୍ବରେ ସ୍ବଛ ଶାସନ ଚାଲିଥିବା ବେଳେ ପାଣ୍ତିଏନ ଭଲି ପ୍ରଶାସକ ଯୋଗୁଁ ଦଳ ନିନ୍ଦିତ ହେଉଛି ।

ବୋଲି ପ୍ରକାଶ କରିବାରୁ ସଭାରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିବା ବିଜୁ ଜନତା ଦଳର ବରଗଡ଼ ଜିଲ୍ଲାର ପୂର୍ବତନ ସଭାପତି ଶ୍ରୀ ପ୍ରଭାଦତ୍ଯ ମିଶ୍ର ବାରମ୍ବାର ବିଧାୟକଙ୍କୁ ଏଥିରୁ ନିବୃତ ହେବା ପାଇଁ ସଙ୍କେତ ଦେଉଥିବା ସହ ଏ ବିଷୟରେ ଆଲୋଚନା ପାଇଁ ଏହା ଉପଯୁକ୍ତ ଫୋରମ୍ ନୁହେଁ ବୋଲି କାନରେ କହୁଥିବା ସତ୍ତ୍ବେ ବିଧାୟକ କାହାକୁ ଖାତିର ନକରି ପାଣ୍ତିଏନ ଓ ବରଗଡ଼ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ କଡା ଭାଷାରେ ସମାଲୋଚନା କରୁଥିବାର ଲକ୍ଷ୍ଯ କରାଯାଇଥିଲା । ବିଧାୟକଙ୍କ ଏଭଲି ବକ୍ତବ୍ଯ ବିଜେଡି ମହଲରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
No Result
View All Result