No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଢେଙ୍କାନାଳ :-କରୋନା ମହାମାରୀର ପ୍ରତିହତ ପାଇଁଁ ସର୍ବଭାରତୀୟ ସ୍ଥରରେ ଆଜି ଠାରୁ ଟୀକାକରଣର ଡ଼୍ରାଏରନ୍ ଚାଲିଛି । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଭିଡ୍ ଟୀକାକରଣର ଡ଼୍ରାଏରନ୍ ଆରମ୍ଭ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ୍ ତିଆରି କରାଯାଇ ମୋବାଇଲରେ ଆଜି ଦିନ ୧୦ଟାରୁ ୧୨ଟା ଭିତରେ ଉପସ୍ଥିତ ରହି ବାର୍ତ୍ତା ପ୍ରେରଣା କରାଯାଇଥିଲା । ସମସ୍ତେ ଉପସ୍ଥିତ ହେବା ପରେ କୋଭିଡ୍ ଟୀକାକରଣର ଡ଼୍ରାଏରନ୍ ଆରମ୍ଭ ହୋଇଥିଲା । ପ୍ରଥମେ ପରିଚୟପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ପ୍ରେକ୍ଷାଳୟକୁ ପଠାଯାଇଥିଲା । ପରେ ଟୀକାକରଣ ଅଧିକାରୀ ପରିଚୟପତ୍ର ଯାଞ୍ଚ କରିବା ସହ କୋଭିଡ୍ ପ୍ରତିଷେଧକ ଟୀକା ପ୍ରଦାନ କରିଥିଲେ । ଟୀକାକରଣ ପରେ ନିରୀକ୍ଷଣ ଗୃହରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ରଖାଯାଇଥିଲା ।
ଉକ୍ତ ଗୃହରେ ବେଡ୍,ଅକ୍ସିଜେନ୍ ସିଲିଣ୍ଡର୍, ଆନାଫାଇଲାସିସ୍ କିଟ୍ ଏବଂ ଏଇଏଫ୍ଆଇ କିଟ୍ ପ୍ରଭୃତି ଥିଲା । ପାର୍ଶ୍ଵ ପ୍ରତିକ୍ରିୟା ନଥିବା ନିଶ୍ଚିତ ହେବା ପରେ ସେମାନଙ୍କୁ ବାହାରକୁ ଯିବା ପାଇଁ କୁହାଯାଇଥିଲା । ପ୍ରଥମ ଅଭ୍ୟାସ ଟୀକାକୁ ଗାଁ କଲ୍ୟାଣ ସମିତି ପରିଚାଳକ ଶ୍ରୀ ସମରେନ୍ଦ୍ର ଶତପଥୀ ଗ୍ରହଣ କରିଥିଲେ । ଏହି ଟୀକାକରଣ ଅଭ୍ୟାସ ସଫଳ ପରୀକ୍ଷଣ ହୋଇପାରିଛି ଓ କୋଭିଡର ଅନୁଭୂତି ଟୀକାକରଣ ନିମନ୍ତେ ଅଧିକ ଉତ୍ସାହିତ ଏବଂ ଫଳପ୍ରଦ ହୋଇପାରିବ ବୋଲି ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜାତାରାଣୀ ମିଶ୍ର, ଜନସ୍ବାସ୍ଥ୍ୟ ଅଧିକାରୀ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳକ ସୋନାଲି ପ୍ରିୟଦର୍ଶିନୀଙ୍କ ସମେତ ପ୍ରମୁଖ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result