No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର )କୋରାଇ :- ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ କଳିଙ୍ଗ ନଗର ଗୁଳିକାଣ୍ଡରେ ସହୀଦ ହୋଇଥିବା ହାବିଲଦାର ଗୋପପ୍ରସାଦ ମହାନ୍ତିଙ୍କର ପଂଚଦଶ ବାର୍ଷିର୍କ ଶ୍ରାଦ୍ଧ ସମାରୋହ ଆଜି କୋରାଇ ବ୍ଳକ ଅନ୍ତର୍ଗତ ଧନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଗାଁ ମୁଣ୍ଡରେ ଥିବା ସହୀଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ମୃତିଚାରଣ କରାଯାଇଥିଲା । ଗୋପ ମହାନ୍ତି ସ୍ମୃତିକମିଟିର ସଭାପତି କମ୍ରେଡ ଆଲୋକ ମହାନ୍ତି ଓ ସମ୍ପାଦକ ବିଶ୍ୱରଂଜନ ଦାସଙ୍କ ତତ୍ୱାବଧନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କୋରାଇ ଥାନାଧିକାରୀ ରଞ୍ଜିତ ମହାନ୍ତି, କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, କୋରାଇ ପ୍ରେସକ୍ଲବ ସଭାପତି ସୁବାସ ଧଳ, କୋରାଇ କାହ୍ନୁଚରଣ

ମହାବିଦ୍ୟାଳୟର (+୨) ଅଧ୍ୟକ୍ଷ ସ୍ମୃତିରଞ୍ଜନ ରାୟ, କମିଟିର ପ୍ରାକ୍ତନ ସମ୍ପାଦକ ତାରକେଶ୍ୱର ମହାନ୍ତି ପ୍ରମୁଖ ଯୋଗଦେଇ ସହୀଦ ଗୋପ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ । କଳିଙ୍ଗନଗରରେ ଆୟୋଜିତ ସହୀଦଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସମଗ୍ର ଜିଲା ପ୍ରଶାସନ ବ୍ୟସ୍ତ ରହୁଥିବା ବେଳେ ସହଏଦ ଗୋପ ମହାନ୍ତିଙ୍କ ଶ୍ରାଦ୍ଧକୁ ଅଣଦେଖା କରୁଥିବାକୁ ନେଇ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କମିଟି ପକ୍ଷରୁ ନିବେଦନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହୀଦଙ୍କ ବଡଭାଇ ଗୋପୀନାଥ ମହାନ୍ତି, ସାମ୍ବାଦିକ ବସନ୍ତ ମହାନ୍ତିଙ୍କ ସମେତ ଶତାଧିକ ଲୋକ ସହୀଦଙ୍କ ସ୍ମୃତିସଭାରେ ଯୋଗଦେଇଥିଲେ । ଏହି ଅବସରରେ ଧନେଶ୍ୱର-କୋରାଇ ରାସ୍ତାକୁ ସହୀଦ ଗୋପ ପ୍ରସାଦ ମାର୍ଗଭାବେ ନାମିତ କରିବାକୁ ଦାବି ହୋଇଥିଲା । ସନ୍ଧ୍ୟାରେ ସହୀଦଙ୍କ ସ୍ମୃତିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । (ରିପୋର୍ଟ-ରଶ୍ମିରେଖା ମଲ୍ଲିକ)
No Result
View All Result