No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର )ହିଞ୍ଜିଳିକାଟୁ :- ରାଜ୍ୟ ସରକାର ଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରଶାସନିକ ବିଭାଗ 5 ଟି ରେ ପରିସରଭୁକ୍ତ ହୋଇଛି ରାଜସ୍ୱ ବିଭାଗ । ଗ୍ରାମାଞ୍ଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ । କୋଭିଡ କଟକଣା ସାମାନ୍ୟ କୋହଳ ହେଲା ପରେ ପୁଣି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶିକିରି ରାଜସ୍ୱ ମଣ୍ଡଳରେ ଶୁକ୍ରବାର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସରପଞ୍ଚ ପ୍ରତିମା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ୨୨ ଜଣ ହିତାଧିକାରୀଙ୍କୁ ପଟ୍ଟା,୧୬ ଜଣଙ୍କୁ ଇ- ପାଉତି,୫ ଜଣଙ୍କୁ ବିବିଧ ପ୍ରମାଣ ପତ୍ର,୨ ଜଣଙ୍କୁ ଦାଖଲ ଖାରଜ ମାମଲା,୬ଜଣଙ୍କୁ ଜବରଦଖଲ ଓ ୮ଜଣଙ୍କୁ ମାସ୍କ ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ମୁଖ୍ୟ କିରାଣୀ କାଳୁ ସାହୁ,ଜ୍ୟୋତିର୍ମୟ ଚନ୍ଦ୍ର,ଏସ ଶିବା ରାଓ, ଏସ ପୁରୁଷୋତ୍ତମ ରେଡ୍ଡୀ, ରଶ୍ମିତା ମଳିକ,ସରୋଜ କୁମାର ପାଢୀ,କୃଷ୍ଣ ଚନ୍ଦ୍ର ଯାନୀ ଓ ଅରୁନ୍ଧତୀ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ ।(ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result