No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ ଜିରାଙ୍ଗସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ଇଂରାଜୀ ନୂତନ ବର୍ଷ ଅବସରରେ ସର୍ବ ସାଧାରଣ ଙ୍କ ପାଇଁ ଖୋଲାଯାଇଥିବା ଏହି ମନ୍ଦିର ଦୀର୍ଘ ୯ ମାସଧରି ବନ୍ଦ ରହିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ପାଇବାପରେ ଏହି ପ୍ରସିଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି । କରୋନା କଟକଣା ଦୃଷ୍ଟିରୁ ବନ୍ଦ ରହିଥିବା ମନ୍ଦିରକୁ ନୂତନ ବର୍ଷର ଆଗମନରେ ଖୋଲାଯିବା ପରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି । ଏଠାକାର ସୁନ୍ଦର କାରୁକାର୍ଯ୍ୟ ଓ ମନଲୋଭା କିର୍ତ୍ତୀରାଜି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିପାରୁଥିବାରୁ ଏଠାରେ ବର୍ଷର ପ୍ରାୟ ପ୍ରତ୍ୟକ ସମୟରେ ଜନ ଗହଳି ଦେଖିବାକୁ ମିଳେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ମାସରେ ମନ୍ଦିର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ପରିଚାଳନା କମିଟିର ନିଷ୍ଠତି ଅନୁଯାୟୀ ମନ୍ଦିରକୁ ପ୍ରବେଶ ବନ୍ଦ ରଖାଯାଇଥିଲା । ୨ ମାସ ବନ୍ଦ ପରେ ନୂତନ ବର୍ଷରେ ମନ୍ଦିର ଖୋଲାଯିବା ଯୋଗୁଁ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯଟକଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି କିନ୍ତୁ କମିଟିର ନିର୍ଦ୍ଦେଶ ପ୍ରକାର ମାସ୍କ ପରିଧାନ, ସାନିଟାରଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକରି ୨୦ରୁ ୨୫ଜଣ ଆଗନ୍ତୁକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉଛି । ସାଧାରଣ ଲୋକେ କରୋନା କଟକଣା ଓ କମିଟିର ନିର୍ଦ୍ଦେଶକୁ ମାନି ବୌଦ୍ଧ ମନ୍ଦିରକୁ ଦର୍ଶନ କରି ଆନନ୍ଦ ଉପଭୋଗ କରୁଥିବା କହିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result