No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) କଟକ :- କଟକ ଯୋବ୍ରା ବ୍ୟାରେଜ ଛକ ନିକଟରେ ଶନିବାର ଦିନ ଦୁର୍ଘଟଣାରେ ଜଣେ ବୟସ୍କ ମହିଳା ଆହତ ହୋଇଥିଲା । ଯୋବ୍ରା ଗୋଲେଇ ଛକରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ରମେଶ ଚନ୍ଦ୍ର ବେହେରା, ହଠାତ ଦଉଡି ଯାଇ ରାସ୍ତାରେ ପଡ଼ିଯାଇଥିବା ବୟସ୍କ ମହିଳା ଜଣଙ୍କୁ ରାସ୍ତା ମଝିରୁ ଉଠାଇ କଡ଼ କୁ ଆଣିଥିଲେ ।
ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକି କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ଟ୍ରାଫିକ କର୍ମଚାରୀ ରମେଶଙ୍କ ସେବା ମୂଳକ କାର୍ଯ୍ୟକୁ ଜନସାଧାରଣ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result