No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) କଟକ :- ସ୍ୱାସ୍ଥ୍ୟ ସେବା ଭଳି ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଆସୁଥିବା ନର୍ସ ମାନଙ୍କ ସମସ୍ୟା ଲାଗିରହିଛି । କରୋନା କାଳରେ ଆଗଧାଡିର ଯୋଦ୍ଧା ସାଜି ରୋଗୀମାନଙ୍କୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିଲେ। ରାଜ୍ଯ ସରକାରଙ୍କ ଟାଳଟୁଳ ନୀତି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏସସିବି ମେଡିକାଲ୍ କଲେଜ ର ବିଭିନ୍ନ ନର୍ସ୍। ନିଜ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛି ଓଡିଶା ନର୍ସ୍ ସଂଘ। ଆଉ ଏଥିପାଇଁ ଏସସିବି ମେଡିକାଲ୍ ପୁରୁଣା ଆଉଟଡୋର୍ ସମ୍ମୁଖରେ ଧାରଣା ବସି ରହିଛନ୍ତି ନର୍ସ୍ ମାନେ ।
ମୂଳ ଦରମାର ସଂଶୋଧନ ଠାରୁ ଆରମ୍ଭ କରିଠିକା ନିଯୁକ୍ତିକୁ ମିଶାଇ ୧୦ ବର୍ଷର ଏମ୍ . ଏସିପି ପ୍ରଦାନ,ଠିକା କର୍ମଚାରୀଙ୍କୁ ନିୟମିତ କରିବା,ଠିକା ସଂସ୍ଥା କୁ ପ୍ରତ୍ୟାହାର କରିବା ଦାବି କରିଛି ସଂଘ। ଏହିସବୁ ଦାବି ପାଇଁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କ ପର୍ଯ୍ୟନ୍ତ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି। ତେଣୁ ବାଧ୍ୟ ହୋଇ ଡିସେମ୍ବର ୨୭ ରୁ ଗତକାଲି ଅର୍ଥାତ ୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନ ଚଳାଇ ଆସୁଥିଲେ ।
ପୁଣି ଶନିବାର ଠାରୁ ୪ ତାରିଖ ପର୍ଯ୍ୟନ୍ତ ପ୍ରତୀକ ଧାରଣାରେ ବସି ରହିଛନ୍ତି। ଏହାରି ଭିତରେ ଯଦି ସରକାର ଦାବିଗୁଡିକ ପୁରଣ ନ କରନ୍ତି ତେବେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ର ଚେତାବନୀ ଦିଆଯାଇଛି। ଆଉ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି ଏସସିବି ମେଡିକାଲ୍ ଶାଖା ସଭାପତି ସୁମତି ସାହୁ। (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result