No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ । ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ । ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ କରିବ । ଅଚାନକ ଧନ ଲାଭ ହେବ । ଶତ୍ରୁ ମାନଙ୍କ ଠାରୁ ବଞ୍ଚିକରି ରୁହନ୍ତୁ । ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ ।
ବୃଷ : ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ । ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ମିଳିବ । ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହେବାର ସଂଭାବନା ଅଛି । ସ୍ଵାସ୍ଥ୍ୟ ଭଲ ରହିବ । ଧନ ଲାଭ ହେବ। ଦୂରରେ ଥିବା ସ୍ନେହୀଜନମାନଙ୍କର ଭଲ ସମାଚାର ଆପଣଙ୍କୁ ଖୁସି ପ୍ରଦାନ କରିବ ।
ମିଥୁନ : ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ । ସ୍ଵାସ୍ଥ୍ୟ ଭଲ ରହିବ । ଆର୍ଥିକ ଲାଭ ହେବ। । ଅଫିସରେ ମନମାଳିନ୍ୟର ଅବସର ଆସିପାରେ । ଏହା ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ ।
କର୍କଟ : ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗର ସହିତ ହେବ, ସ୍ଵାସ୍ଥ୍ୟରେ ଅଭିଯୋଗ ମଧ୍ୟ ରହିବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନ ଭଲ ନୁହେଁ । ଆକସ୍ମିକ ଧନ ଖର୍ଚ୍ଚ ହେବ । ଆଜି ବାଦ-ବିବାଦ ହେବାରେ ମନମାଳିନ୍ୟ ହୋଇପାରେ । ଅତ୍ୟଧିକ କାମୁକତା ଆପଣଙ୍କ ମାନଭଂଗର କାରଣ ନବନୁ ଏହାର ଧ୍ୟାନ ରଖିବେ । ଯାତ୍ରାରେ କଠିନତା ଆସିପାରେ ।
ସିଂହ : ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିପାରେ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ । ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ ଅଥବା ତାଙ୍କର ସ୍ଵାସ୍ଥ୍ୟ ଧ୍ୟାନ ରଖିବେ । ଜମି, ଘର ତଥା ବାହନ ଆଦିର କାଗଜପତ୍ରକୁ ଠିକ ଜାଗାରେ ସଂଭାଳିକରି ରଖିବେ ।
କନ୍ୟା : ବିନା ଭାବି ଚିନ୍ତି କୌଣସି କାମ କରିବେ ନାହିଁ । କାର୍ଯ୍ୟରେ ସଫଳତା ମିଳିବ । ପ୍ରତିଯୋଗୀମାନଙ୍କୁ ଆପଣ ପରାସ୍ତ କରି ପାରିବେ । ଭାଇ-ବନ୍ଧୁମାନଙ୍କ ଏବଂ ପଡ଼ୋଶୀ ମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ । ଆର୍ଥିକ ଲାଭ ମିଳିବ। ସାର୍ବଜନିକ ମାନ-ସମ୍ମାନ ପ୍ରାପ୍ତି ହେବ । ଚିତ୍ତରେ ପ୍ରସନ୍ନତା ରହିବ ।
ତୁଳା : ଆପଣ ଜିଦ୍ଦୀ ବ୍ୟବହାର ଛାଡ଼ିକରି ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ । ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରିପାରେ । ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବନାହିଁ। ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ । ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ ।
ବିଚ୍ଛା : ତନ-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ । ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ । ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ । ଆର୍ଥିକ ଲାଭ ହେବ । ଶୁଭ ଅବସର ଉପରେ ବାହର ଯାତ୍ରା ହେବ । ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ ।
ଧନୁ : ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ । ସ୍ଵାସ୍ଥ୍ୟ ଖରାପ ହେବ । ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ । ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି । କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ । ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ । ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ରହିବ ।
ମକର : ସାମାଜିକ କ୍ଷେତ୍ରରେ ଚାକିରି-ଧଂଧା ଏବଂ ଅନ୍ୟ କ୍ଷେତ୍ରରେ ଆଜିର ଦିନ ଲାଭଦାୟକ ରହିବ । ମିତ୍ରମାନଙ୍କ, ପରିଜନମାନଙ୍କର ସହିତ ବାହରକୁ ଯିବେ । ମାଂଗଳିକ ପ୍ରସଂଙ୍ଗ ଉପସ୍ଥିତ ହେବ । ମହିଳା ମିତ୍ରମାନଙ୍କ ତଥା ଜୀବନସାଥୀ ଏବଂ ସନ୍ତାନ ଲାଭ ହେବାର ଯୋଗ ଅଛି । ବିବାହୋତ୍ସୁକ ଯୁବକ-ଯୁବତୀମାନଙ୍କର ବୈବାହିକ ସମସ୍ୟା ଦୂର ହେବ । ଯାତ୍ରା କରିପାରନ୍ତି ।
କୁମ୍ଭ : ଆଜି ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ହେବେ । ଚାକିରି ଏବଂ ବ୍ୟବସାୟରେ ସ୍ଥିତି ଆପଣଙ୍କର ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ । ବୃଦ୍ଧ ତଥା ବରିଷ୍ଠ ନାଗରୀକମାନଙ୍କ ଏବଂ ଉଚ୍ଚ ପଦାଧିକାରିମାନଙ୍କର କୃପା ଦୃଷ୍ଟି ରହିବା କାରଣରୁ ଆପଣ ମାନସିକ ରୂପରେ କୌଣସି ପ୍ରକାରର ବୋଝ ମୁକ୍ତ ହେବେ । ଗୃହସ୍ଥ ଜୀବନରେ ଆନନ୍ଦ ରହିବ । ଧନ ପ୍ରାପ୍ତି ଏବଂ ପ୍ରମୋଶନର ଯୋଗ ଅଛି ।
ମୀନ : ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ନ ପକାଉ ଏହାର ଧ୍ୟାନ ରଖିବେ । ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ । ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନୀପୂର୍ବକ କାର୍ଯ୍ୟ କରିବେ । ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ। ଶତ୍ରୁ ନିଜର ଚାଲରେ ସଫଳ ହେବେ ।
No Result
View All Result